www.samajalive.in
Sunday, December 14, 2025
23.1 C
Bhubaneswar

ଇନକୋଇସ୍’କୁ ଏସ୍ ସି ବୋଷ ଆପଦା ପ୍ରବନ୍ଧନ ପୁରସ୍କାର

ଡେସ୍କ: ବିପର୍ଯ୍ୟୟ ପରିଚାଳନାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର ଓସେନ୍ ଇନଫର୍ମେସନ୍ ସର୍ଭିସେସ୍ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୫’ ପାଇଁ ‘ସଂସ୍ଥାଗତ’ ବର୍ଗରେ ମନୋନୀତ ହୋଇଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଗୁଡ଼ିକର ଅମୂଲ୍ୟ ଅବଦାନ ଓ ନିଃସ୍ୱାର୍ଥପର ସେବାକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ନାମରେ ଏକ ବାର୍ଷିକ ପୁରସ୍କାର ପ୍ରତିଷ୍ଠା କରିଛନ୍ତି।

ପ୍ରତିବର୍ଷ ଜାନୁଆରୀ ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଘୋଷିତ ହେଉଥିବା ଏହି ପୁରସ୍କାରରେ ନଗଦ ୫୧ ଲକ୍ଷ ଟଙ୍କା ଓ କୌଣସି ଅନୁଷ୍ଠାନ କ୍ଷେତ୍ରରେ ସାର୍ଟିଫିକେଟ୍ ଏବଂ କୌଣସି ବ୍ୟକ୍ତିଙ୍କ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥାଏ।

- Advertisement -

୨୦୨୫ ବର୍ଷ ପୁରସ୍କାର ପାଇଁ ୨୦୨୪ ଜୁଲାଇ ପହିଲାରୁ ନାମାଙ୍କନ ପତ୍ର ମଗାଯାଇଥିଲା। ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଠାରୁ ୨୯୭ଟି ନାମାଙ୍କନ ପତ୍ର ଗ୍ରହଣ କରାଯାଇଥିଲା।

୧୯୯୯ ତେଲେଙ୍ଗାନାରେ ସ୍ଥାପିତ ହୋଇଥିବା ଇନକୋଇସ୍ ଭାରତର ବିପର୍ଯ୍ୟୟ ପରିଚାଳନା ରଣନୀତିର ଅବିଚ୍ଛେଦ୍ୟ ଅଙ୍ଗ, ଯାହା ସମୁଦ୍ର ସମ୍ବନ୍ଧୀୟ ବିପର୍ଯ୍ୟୟ ପାଇଁ ପ୍ରାରମ୍ଭିକ ସତର୍କସୂଚନା ପ୍ରଦାନ କରିଥାଏ। ଏହାଦ୍ୱାରା ଇଣ୍ଡିଆନ୍ ସୁନାମି ଆର୍ଲି ୱାର୍ଣ୍ଣିଂ ସେଣ୍ଟର (ଆଇଟିଇଡବ୍ଲ୍ୟୁସି) ପ୍ରତିଷ୍ଠା କରାଯାଇଛି ଯାହା ୧୦ ମିନିଟ୍ ମଧ୍ୟରେ ସୁନାମି ସତର୍କ ସୂଚନା ପ୍ରଦାନ କରିଥାଏ, ଯାହା ଭାରତ ଏବଂ ଭାରତ ମହାସାଗରର ୨୮ଟି ଦେଶକୁ ସେବା ପ୍ରଦାନ କରିଥାଏ। ୟୁନେସ୍କୋ ଦ୍ୱାରା ଏହାକୁ ଏକ ଶୀର୍ଷ ସୁନାମି ସେବା ପ୍ରଦାନକାରୀ ଭାବରେ ସ୍ୱୀକୃତି ମିଳିଛି।

୨୦୧୩ ଫାଇଲିନ୍ ଏବଂ ୨୦୧୪ ହୁଡ୍ ହୁଡ୍ ବାତ୍ୟା ସମୟରେ ଇନକୋଇସ୍ ପରାମର୍ଶ ସହିତ ସାହାଯ୍ୟ କରିଥିଲା ଯାହା ଦ୍ୱାରା ଠିକ୍ ସମୟରେ ସ୍ଥାନାନ୍ତର କରାଯାଇଥିଲା ଏବଂ ଉପକୂଳବର୍ତ୍ତୀ ଜନସଂଖ୍ୟା ପ୍ରତି ବିପଦ ହ୍ରାସ ପାଇଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories