www.samajalive.in
Saturday, December 6, 2025
26.1 C
Bhubaneswar

୯୬ବର୍ଷରେ ପରୀକ୍ଷା; ୯୮ପ୍ରତିଶତ ନମ୍ବର

ତିରୁଅନନ୍ତପୁରମ୍‍ : କାର୍ତ୍ତିୟାନିୟାମ୍ମା କୃଷ୍ଣାପିଲ୍ଲାଙ୍କ ବୟସ ୯୬; ସେ କେରଳ ସ୍ୱାକ୍ଷରତା ଅଭିଯାନର ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ରଖିଛନ୍ତି ୯୮ପ୍ରତିଶତ ନମ୍ବର। ଆଗକୁ ସେ ଇଂରାଜୀରେ ସଫଳତା ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ପାଠ ପଢ଼ିବା ପାଇଁ ଯେ ବୟସର କୌଣସି ସୀମା ନାହିଁ ତାହା ସେ ପ୍ରମାଣ କରିଛନ୍ତି। କାର୍ତ୍ତିୟାନିୟାମ୍ମା ନିଜର ଦୁଇ ଅଣନାତୁଣି ଅପର୍ଣ୍ଣା(୧୨) ଓ ଅଞ୍ଜନା(୯)ଙ୍କ ସହାୟତା ଓ ୫୧ବର୍ଷିୟା ସାନ ଝିଅ ଆମ୍ମିନିୟାମ୍ମାଙ୍କ ଉତ୍ସାହକ୍ରମେ ଏହି ସଫଳତା ହାସଲ କରିଛନ୍ତି। ଏଣିକି ସେ ପଢ଼ି-ଲେଖି ପାରିବା ସହ ହିସାବକିତାବ କରିପାରୁଥିବା ନେଇ ବେଶ୍‍ ଆନନ୍ଦ ପ୍ରକାଶ କରିଛନ୍ତି। ତାଙ୍କର ଅଣନାତି-ନାତୁଣିମାନେ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ୁଥିବାରୁ ସେ ଏହି ଭାଷା ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ତାଙ୍କ ପଢ଼ାଉଥିବା କେ. ସତୀ କହିଛନ୍ତି ଯେ କାର୍ତ୍ତିୟାନିୟାମ୍ମାଙ୍କର ସ୍ମରଣଶକ୍ତି ପ୍ରଖର ଓ ପଢ଼ିବା ପାଇଁ ତାଙ୍କର ଆଗହ ରହିଛି। ଉଲ୍ଲେଖଯୋଗ୍ୟ ଯେ ଝିଅ ଆମ୍ମିନିୟାମ୍ମା ପୂର୍ବରୁ ମାଟ୍ରିକ ପାସ୍‍ କରିନଥିଲେ; କିନ୍ତୁ ସରକାରୀ ଅଭିଯାନରେ ସାମିଲ ହୋଇ ୨୦୧୬ରେ ଏଥିରେ ସଫଳ ହୋଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories