www.samajalive.in
Saturday, December 6, 2025
26.1 C
Bhubaneswar

ତଣ୍ଟି ଚିପି ଖାସୋଗିଙ୍କୁ କରାଯାଇ ଥିଲା ହତ୍ୟା; ମୃତ୍ୟୁ ପରେ ଶରୀରକୁ କରିଦିଆଯାଇଥିଲା ଖଣ୍ଡଖଣ୍ଡ

ଇସ୍ତାନବୁଲ: ୱାଶିଂଟନ ପୋଷ୍ଟ ସାମ୍ବାଦିକ ଜମାଲ ଖାସୋଗିଙ୍କୁ ସାଉଦି ଦୂତାବାସ ମଧ୍ୟରେ ହତ୍ୟା କରାଯିବା ପରେ ତାଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରିଦିଆଯାଇଥିଲା ବୋଲି ତୁର୍କୀର ସରକାରୀ ଓକିଲ କହିଛନ୍ତି। ମୃତଦେହକୁ ନଷ୍ଟ କରିବା ଉଦେଶ୍ୟରେ ଶରୀରକୁ ଖଣ୍ଡବିଖଣ୍ଡ କରାଯାଇଥିଲା। ଏପରି କି ଦୂତାବାସ ମଧ୍ୟରେ ପହଞ୍ଚିବା ମାତ୍ରେ ତାଙ୍କୁ ଗଳା ଚିପି ହତ୍ୟା କରାଯାଇଥିଲା ବୋଲି ତୁର୍କୀର ସରକାରଙ୍କ ମୁଖ୍ୟ ଓକିଲ ଇର୍ଫାନ ଫିଦାନ କହିଛନ୍ତି। ତୁର୍କୀରେ ଥିବା ତାଙ୍କ ଭାବି ପତ୍ନୀଙ୍କୁ ବିବାହ କରିବା ଲାଗି ଆବଶ୍ୟକ କାଗଜପତ୍ର ସଂଗ୍ରହ ଉଦ୍ଦେଶ୍ୟରେ ଖାସୋଗି ଅକ୍ଟୋବର ୨ରେ ତୁର୍କୀର ରାଜଧାନୀ ଇସ୍ତାନବୁଲ୍‍ସ୍ଥିତ ସାଉଦି ଆରବ ଦୂତାବାସକୁ ଯାଇଥିଲେ। ଏହି ସମୟରେ ଖାସୋଗିଙ୍କୁ ହତ୍ୟା କରାଯାଇଥିଲା। ଖାସୋଗି ସାଉଦି ଆରବର ନାଗରିକ ହୋଇଥିବାବେଳେ ସେ ଆମେରିକାରେ ଆତ୍ମନିର୍ବାସନରେ ରହୁଥିଲେ। ସେଠାରେ ସେ ୱାଶିଂଟନ ପୋଷ୍ଟରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ଖାସୋଗିଙ୍କ ହତ୍ୟାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଲାଗି ରହିଥିବାବେଳେ ସାଉଦି ଆରବ ବିଭିନ୍ନ କଟକଣାର ସମ୍ମୁଖୀନ ହେବାରେ ଲାଗିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories