www.samajalive.in
Saturday, December 6, 2025
26.1 C
Bhubaneswar

୧୪ ବର୍ଷର ପ୍ରିୟାଂଶୁଙ୍କ ଅପରାଜିତ ୫୫୬ ରନ୍‍

ନୂଆଦିଲ୍ଲୀ: ଏକ ୧୪ ବର୍ଷରୁ କମ୍‍ ଆମନ୍ତ୍ରଣୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀର ପ୍ରିୟାଂଶୁ ମୋଲିୟା ନାମକ ବାଳକ ଅପରାଜିତ ୫୫୬ ରନ୍‍କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବରୋଦାରେ ଚାଲିଥିବା ଡି.କେ. ଗାଏକ୍ୱାଡ୍‍ ୧୪ ବର୍ଷରୁ କମ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀର ମହିନ୍ଦର ଲାଲା କ୍ରିକେଟ ଏକାଡେମୀ ପକ୍ଷରୁ ଖେଳି ୨ ଦିନିିଆ ମ୍ୟାଚ୍‍ରେ ପ୍ରିୟାଂଶୁ ଅପରାଜିତ ୫୫୬ ରନ୍‍ କରିଥିଲେ। ଯୋଗୀ ଏକାଡେମୀ ଦଳ ବିପକ୍ଷରେ ପ୍ରଥମେ ପ୍ରିୟାଂଶୁ ୪ଟି ୱିକେଟ ନେବାରୁ ଏହା ୫୨ ରନ୍‍ରେ ଅଲ୍‍ଆଉଟ ହୋଇଥିଲା। ପରେ ପ୍ରିୟାଂଶୁ ମୋଲିୟା ବ୍ୟାଟିଂକରି ପ୍ରଥମଦିନ ଶେଷସୁଦ୍ଧା ୪୦୮ ରନ୍‍କରି ଅପରାଜିତ ଥିଲେ। ୨ୟ ଦିନରେ ଇନିଂସ ଶେଷସୁଦ୍ଧା ପ୍ରିୟାଂଶୁ ଆଉ ୧୪୮ ରନ୍‍ ଯୋଗକରି ୫୫୬ ରନ୍‍ରେ ଅପରାଜିତ ରହିଥିଲେ। ଫଳରେ ମହିନ୍ଦର ଲାଲା ଏକାଡେମୀ ୪ ୱିକେଟରେ ୮୨୬ ରନ୍‍କରି ଇନିଂସ ଘୋଷଣା କରିଥିଲା। ପରେ ପ୍ରିୟାଂଶୁ ଆଉ ୨ଟି ୱିକେଟ ନେବାରୁ ଯୋଗୀ ଏକାଡେମୀ ୮୪ ରନ୍‍କରି ଇନିଂସ ପରାଜୟ ଭୋଗିଥିଲା। ସୂଚନାଯୋଗ୍ୟ; ୧୪ ବର୍ଷ ବୟସ୍କ ପ୍ରିୟାଂଶୁଙ୍କୁ ପୂର୍ବତନ ଭାରତୀୟ କ୍ରିକେଟର ମହିନ୍ଦର ଅମରନାଥ ତାଙ୍କ ଏକାଡେମୀରେ ପ୍ରଶିକ୍ଷଣ ଦେଉଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories