www.samajalive.in
Friday, December 5, 2025
26.1 C
Bhubaneswar

ମୋଦୀ ପ୍ରଧାନମନ୍ତ୍ରୀ ହେଲେ ଭାରତ-ପାକ୍‌ ଶାନ୍ତି ଆଲୋଚନା ଆଶା ଉଜ୍ଜ୍ଵଳ ହେବ: ଇମରାନ୍‌

ଇସଲାମାବାଦ: ଭାରତରେ ନିର୍ବାଚନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ଶାନ୍ତି ଆଲୋଚନା ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ଇମରାନ କହିଛନ୍ତି, ଭାରତରେ ହେବାକୁ ଥିବା ନିର୍ବାଚନରେ ଯଦି ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତା’ହେଲେ ଭାରତ-ପାକ୍‌ ମଧ୍ୟରେ ଶାନ୍ତି ଆଲୋଚନା ଆଶା ଉଜ୍ଜ୍ଵଳ ହେବ। ଏହାର କାରଣ ଦର୍ଶାଇ ସେ କହିଛନ୍ତି, ଯଦି କଂଗ୍ରେସ କ୍ଷମତାକୁ ଆସିବ, ତାହେଲେ ବିଜେପିକୁ ଡରି କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବାକୁ ପଛାଇବ।

କେତେଜଣ ବିଦେଶୀ ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ ଇମରାନ ମୋଦୀଙ୍କ ବିରୋଧରେ ମଧ୍ୟ କେତେକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମୋଦୀଙ୍କ କାର୍ଯ୍ୟକାଳ ସମୟରେ କେବଳ କାଶ୍ମୀର ନୁହେଁ, ପୂରା ଭାରତରେ ମୁସଲମାନମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ବର୍ତ୍ତମାନ ଭାରତରେ ଯାହାସବୁ ହେଉଛି ତାହା ହେବ ବୋଲି ମୁଁ କେବେ ଭାବି ନ ଥିଲି। ମୁସଲିମ ବିଚାରାଧାରା ଉପରେ ଆକ୍ରମଣ କରାଯାଉଛି। କିଛି ବର୍ଷ ତଳେ ଭାରତୀୟ ମୁସଲମାନମାନେ ନିଜର ସ୍ଥିତିକୁ ନେଇ ଖୁସି ଥିଲେ। କିନ୍ତୁ ଆଜି ଚରମପନ୍ଥୀ ହିନ୍ଦୁ ରାଷ୍ଟ୍ରବାଦକୁ ନେଇ ସେମାନେ ଚିନ୍ତିତ ରହିଛନ୍ତି।  ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଭଳି ରାଷ୍ଟ୍ରବାଦୀ ଭାବନା ଆଧରରେ ନିର୍ବାଚନ ପ୍ରଚାର କରୁଛନ୍ତି।

- Advertisement -

ଇମ୍ରାନ ଆହୁରି କହିଛନ୍ତି ଯେ, ପାକିସ୍ତାନ ସବୁ ଆତଙ୍କବାଦୀ ଶିବିରକୁ ଧ୍ଵଂସ କରିବା ଲାଗି ପ୍ରତିବଦ୍ଧ ଏବଂ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। କାଶ୍ମୀରକୁ ନେଇ ରାଜନୀତି କରାଯାଉଛି। ସାମରିକ ଶକ୍ତି ଜରିଆରେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories