www.samajalive.in
Saturday, December 6, 2025
26.1 C
Bhubaneswar

ରିଲିଜ ହେଲା ଇମରାନ ହାସିମଙ୍କ ‘ଚିଟ୍‍ ଇଣ୍ଡିଆ’ର ପୋଷ୍ଟର

ମୁମ୍ବଇ : ବଲିଉଡ ଅଭିନେତା ଇମରାନ ହାସିମ ବହୁ ଦିନର ବ୍ୟବଧାନ ପରେ ପରଦାରେ ନଜର ଆସିବାକୁ ଯାଉଛନ୍ତି। ଇମରାନ ତାଙ୍କର ପରବର୍ତ୍ତି ଚଳଚ୍ଚିତ୍ର ‘ଚିଟ୍‍ ଇଣ୍ଡିଆ’ ମାଧ୍ୟମରେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିବେ। ବହୁଦିନ ହେବ ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସୋମବାର ଏହାର ପୋଷ୍ଟର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଇମରାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ‘ଶ୍ରେୟା ଧନ୍ୱନ୍ତରୀ’। ଚଳଚ୍ଚିତ୍ରରେ ନିର୍ଦେଶନା ଭାର ସମ୍ଭାଳିଛନ୍ତି ‘ସୌମିକ ସେନ’। ରିଲିଜ ହୋଇଥିବା ଏହି ପୋଷ୍ଟରରେ ଇମରାନଙ୍କ ମୁୁଁହ ପାଖରେ ଅନେକ ଗୁଡିଏ ଟଙ୍କା ଥିବା ଦେଖାଯାଇଛି। ଏହାସହ ସ୍କୁଲ, କଲେଜର ଆଡମିଟ କାର୍ଡ ଥିବା ନଜର ଆସିଛି। ଭାରତର ଶିକ୍ଷା ବ୍ୟବସ୍ଥା ଉପରେ ଏହି ଚଳଚ୍ଚିତ୍ର ଆଧାରିତ। ଶିକ୍ଷା ମାଫିଆ ଏବଂ ତାଙ୍କ ଦ୍ୱାରା ହେଉଥିବା ଭ୍ରଷ୍ଟାଚାର ଉପରେ ଆଧାରିତ ହୋଇଛି ସିନେମାର କାହାଣୀ। ୨୦୧୯ ମସିହା ଜାନୁୟାରୀ ୨୫ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories