www.samajalive.in
Friday, December 5, 2025
17.1 C
Bhubaneswar

ବିଳମ୍ବ ହେବ ଇମ୍ରାନଙ୍କ ଶପଥ ଗ୍ରହଣ

ଇସଲାମାବାଦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ ରହିଛି। ଅଗଷ୍ଟ ୧୧ରେ ଇମ୍ରାନ ଶପଥ ନେବାର ଥିବାବେଳେ ଏହା ବିଳମ୍ବିତ ହେବାର ଅଛି। ରିପୋର୍ଟ ଅନୁଯାୟୀ ଇମ୍ରାନ ଅଗଷ୍ଟ ୧୪ କିମ୍ବା ୧୫ରେ ଶପଥ ନେଇପାରନ୍ତି। ଡନ୍‍ ନ୍ୟୁଜ୍‍ ରିପୋର୍ଟ ଅନୁଯାୟୀ ଆଇନ ମନ୍ତ୍ରୀ ଅଲୀ ଜାଫର ଓ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନସିରୁଲ ମୁଲକ୍‍ ଚାହୁଁଛନ୍ତି ଯେ ଇମ୍ରାନ ଅଗଷ୍ଟ ୧୪ ଦେଶର ସ୍ୱାଧୀନତା ଦିବସ ଦିନ ଶପଥ ନିଅନ୍ତୁ। ଅଗଷ୍ଟ ୧୧ରେ ପାର୍ଲାମେଣ୍ଟର ନୂଆ ଅଧିବେଶନ ଆରମ୍ଭ ହେବ। ଅଧିବେଶନ ଆରମ୍ଭ ହେଲେ ୧୪ରେ ଇମ୍ରାନ ଶପଥ ନେବେ। ଯଦି ପାର୍ଲାମେଣ୍ଟ ଅଗଷ୍ଟ ୧୨ରେ ଆରମ୍ଭ ହୁଏ ତେବେ ଇମ୍ରାନ ୧୫ରେ ଶପଥ ନେବେ। ପାର୍ଲାମେଣ୍ଟ ଅଧିବେଶନ କାଳରେ ପ୍ରଧାନମନ୍ତ୍ରୀ ନିର୍ବାଚନ କରାଯିବା ପରେ ଇମ୍ରାନ ଓ ତାଙ୍କ ମନ୍ତ୍ରୀ ପରିଷଦ ଶପଥ ନେବେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories