www.samajalive.in
Saturday, December 6, 2025
23.1 C
Bhubaneswar

ଦିନ ୧୨ଟା ସୁଦ୍ଧା ମୁଖ୍ୟ ସମ୍ବାଦ-୫/୫/୨୦୨୧

ଦେଶ ଖବର

– ଅମ୍ଳଜାନ ଯୋଗାଣ କରା ନ ଯିବା ଫଳରୋ କରୋନା ରୋଗୀଙ୍କ ମୃତ୍ୟୁ ଏକ ଆପରାଧିକ କାର୍ଯ୍ୟ। ଏହା ନରସଂହାର ସହିତ ସମାନ ବୋଲି କହିଛନ୍ତି ଉତ୍ତରପ୍ରଦେଶର ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ

– ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୮୨ ହଜାର ୩୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ଓ  ୩୭୮୦ ମୃତ। ମୋଟ ସଂକ୍ରମିତଙ୍କ ସଂଖ୍ୟା​‌

– ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ, ରାଜଭବନରେ ନିରାଡ଼ମ୍ବର ସମାରୋହରେ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଲେ ରାଜ୍ୟପାଳ ଜଗଦୀପ ଧନଖଡ଼।

– ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଯୋଗୁ ୨ ଦିନ ଭିତରେ ୧୪ ଜଣଙ୍କ ମୃତ୍ୟୁ, ହିଂସା ରୋକିବା ପାଇଁ ପୁଲିସ ଓ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦେଶ

ରାଜ୍ୟ ଖବର

– ରାଜ୍ୟରେ ଗୋଟିଏ ଦିନରେ ୯୮୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩୩୧ ଆକ୍ରାନ୍ତ ଠାବ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୬୪୧କୁ ବୃଦ୍ଧି ପାଇଛି।

– ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ ଗଜପତି ଓ କଳାହାଣ୍ଡି ଜିଲାରୁ ୩ ଜଣ ଲେଖାଏଁ, ରାୟଗଡା ଓ ସୁନ୍ଦରଗଡ ଜିଲାରୁ ୨ ଜଣ ଲେଖାଏଁ, ପୁରୀ, ସମ୍ବଲପୁର, ଗଜପତି, କଳାହାଣ୍ଡି ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁସଂଖ୍ୟା ୨୧୦୪କୁ ବୃଦ୍ଧିପାଇଛି।

– ରାଜ୍ୟରେ ଆଜିଠାରୁ ୧୪ ଦିନିଆ ତାଲାବନ୍ଦ ଆରମ୍ଭ ହୋଇଛି। ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ କଟକଣା ଜାରି ରହିବ। ଏହି ସମୟ ମଧ୍ୟରେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଥିବାବେଳେ ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି।

– ତାଲାବନ୍ଦ ଯୋଗୁ ଆଜିଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ମୋ ବସ ସେବା ବନ୍ଦ ରହିବା ନେଇ ସିଆରୟୁଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବାହାର ରାଜ୍ୟରୁ ରେଳ ଏବଂ ବିମାନ ଦ୍ୱାରା ଫେରୁଥିବା ଲୋକଙ୍କ ପାଇଁ ମୋ ବସ୍‍ ସେବା ପ୍ରଦାନ କରିବ।

– ଆଜି ରାଜ୍ୟର ୧୫ ଜିଲାରେ ଟିକାକରଣ ଅଭିଯାନକୁ ବନ୍ଦ ରଖାଯାଇଛି।  ଆବଶ୍ୟକ ପରିମାଣର ଟିକା ମହଜୁଦ ନ ଥିବାରୁ କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ବରଗଡ, ବୌଦ୍ଧ ଓ କଟକ ଜିଲାରେ ଟିକାକରଣ ବନ୍ଦ ରହିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories