www.samajalive.in
Friday, December 12, 2025
15.1 C
Bhubaneswar

ଆଇଏମଏଫର ଚେତାବନୀ; ବିଶ୍ଵ ଅର୍ଥନୀତିରେ ମାନ୍ଦାବସ୍ଥା, ସର୍ବାଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ: ସାରା ବିଶ୍ଵ ମାନ୍ଦାବସ୍ଥା କବଳରେ ପଡ଼ିଛି। ବିଶ୍ଵବ୍ୟାପୀ ଅଭିବୃଦ୍ଧି ହ୍ରାସ ପାଇଛି। ତେବେ ଏହାର ପ୍ରଭାବ ଭାରତ ଉପରେ ସର୍ବାଧିକ ରହିବ ବୋଲି ଚେତାବନୀ ଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ)। ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି, ମାନ୍ଦାବସ୍ଥା କାରଣରୁ ୯୦ ପ୍ରତିଶତ ଦେଶର ବିକାଶ ଗତି ଧିମା ରହିବ। ଭାରତର ଅର୍ଥବ୍ୟବସ୍ଥା ଦ୍ରୁତଗତିରେ ଅଗ୍ରସର ହେଉଥିବାରୁ ମାନ୍ଦାବସ୍ଥାର ପ୍ରଭାବ ମଧ୍ୟ ଏଠାରେ ଅଧିକ ଦେଖାଯିବ ବୋଲି ସେ କହିଛନ୍ତି। ବୁଲଗେରିଆର ଅର୍ଥନୈତିଜ୍ଞ କ୍ରିଷ୍ଟାଲିନା ନିକଟରେ ଆଇଏମଏଫ ନିର୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଗାମୀ ସପ୍ତାହରେ ଆଇଏମଏଫ ଏବଂ ବିଶ୍ଵବ୍ୟାଙ୍କ ପକ୍ଷରୁ ହେବାକୁ ଥିବା ମିଳିତ ବୈଠକରେ ଦୁଇ ସଂସ୍ଥାର ମୁଖ୍ୟ ଅର୍ଥବ୍ୟବସ୍ଥାର ଆକଳନ ସମ୍ପର୍କରେ ବିବୃତି ଦେବେ। ଏହି ବୈଠକରେ ବିଶ୍ଵର ବଡ଼ ବଡ଼ କେନ୍ଦ୍ରୀୟ ବ୍ୟାଙ୍କର ଏବଂ ଅର୍ଥମନ୍ତ୍ରୀମାନେ ସାମିଲ ହେବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories