www.samajalive.in
Monday, December 15, 2025
26.1 C
Bhubaneswar

ଦୋକାନ ବନ୍ଦ ତଥାପି ମଦର ବନ୍ୟା

ମୋହନା: ରାଜ୍ୟରେ ଲକଡାଉନ ପାଇଁ ପ୍ରତ୍ୟେକ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି । ସେହିପରି ମଦ ଦୋକାନ ମଧ୍ୟ ଖୋଲିବା ପାଇଁ କିଛି ନିୟମାବଳୀ ଲାଗୁ କରାଯାଇଛି । ହେଲେ ଲୁଚା ଛପାରେ ମଦ ବିକ୍ରି ହେଉଛି ତାହା ପୁଣି ଚଢ଼ା ଦରରେ । ଲୋକେ ଚଢ଼ା ଦରରେ ମଦ କିଣି ପିଇ ସାରିବା ପରେ ରାସ୍ତା ଘାଟ, ଦୋକାନ କେବିନ ସମ୍ମୁଖରେ, ମୁଖ୍ୟ ବଜାରର ରାସ୍ତା କଡ଼ରେ ଓ ବିଶ୍ରାମଗାରରେ ପ୍ରତେକ ଦିନ ଗଡୁଛି ବିଦେଶୀ ମଦ ବୋତଲ । ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । କିନ୍ତୁ ଅବକାରୀ ବିଭାଗ ବିଦେଶୀ ମଦ ଛାଡ଼ି ଦେଶୀ ମଦ ପଛରେ ଗୋଡାଉଛନ୍ତି। ଅଞ୍ଚଳରେ ହଜାର ହଜାର ଟଙ୍କାର ବିଦେଶୀ ମଦ ବିକ୍ରି ହେଉଛି ଗାଁ ଗଣ୍ଡାରେ। ହେଲେ ଅବକାରୀ ବିଭାଗ ସବୁଜାଣି ମଧ୍ୟ ନିରବଦ୍ରଷ୍ଟା । ମଦ ବିକ୍ରୀକୁ ମହିଳାସଙ୍ଘ ବିରୋଧ କରୁଥିଲେ ମଧ୍ୟ କିପରି ଗାଁ ଗହଳିରେ ମଦ ବିକ୍ରି ହେଉଛି। ଖୋଲା ମେଲାରେ ମଦ ବିକ୍ରୀପାଇଁ କିଏ ନିର୍ଦ୍ଦେଶ ଦେଉଛି ନା କାହା ଇଙ୍ଗିତରେ ଖୋଲମ୍ ଖୋଲା ସବୁଠି ମଦ ବିକ୍ରୀ ହେଉଛି ତାହା ଅଞ୍ଚଳରେ ଚ଼ର୍ଚାର ବିଷୟ ପାଲଟିଛି। ଅବକାରୀ ବିଭାଗ ଅଧିକାରୀମାନେ ସବୁ ଜାଣି ଚୁପ ରହିବା ପଛର କାରଣ କଣ? ଏପରିକି ଅଧିକ ପରିମାଣରେ ମଦ ଜବତ କରି ବିଭାଗ କମ ପରିମାଣର ମଦ ଜବତ କରୁଥିବା ଦେଖା ଉଛନ୍ତି। ଏହା ପଛରେ କାରଣ କଣ ହୋଇଥାଇପାରେ ବୋଲି ଏବେ ସର୍ବସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories