www.samajalive.in
Wednesday, December 10, 2025
16.1 C
Bhubaneswar

ବୌଦ୍ଧିକ ବାଧିତ ପିଲାଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ

କଟକ : ସ୍ଥାନୀୟ ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବୌଦ୍ଧିକ ବାଧିତ ପିଲାମାନଙ୍କର ଶିକ୍ଷଣ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବାରଙ୍ଗ, କଂଟାପଡ଼ା, ନିଆଳି, ଟାଙ୍ଗୀ-ଚୌଦ୍ୱାର, କଟକ ସଦର ବ୍ଲକ ଓ କଟକ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ବୌଦ୍ଧିକ ବାଧିତ ପିଲାମାନଙ୍କୁ ଏନଆଇଇପିଆଡି (ଦିବ୍ୟାଙ୍ଗଜନ) ସିକନ୍ଦରାବାଦ ଦ୍ୱାରା ପ୍ରଦତ ୪୫ଟି ଶିକ୍ଷଣ ସାମଗ୍ରୀ ବ୍ୟାଗ ବଣ୍ଟନ କରାଯାଇଥିଲା । ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ. ସନ୍ତୋଷ କୁମାର ରାଉତ, କଟକ ସଦର ମଣ୍ଡଳ ଶିକ୍ଷାଧିକାରୀ ସରସ୍ୱତୀ କାନୁନଗୋ, ସହ ମଣ୍ଡଳ ଶିକ୍ଷାଧିକାରୀ ଅନନ୍ତ ଚରଣ ଦେହୁରୀ, ରବିନ୍ଦ୍ର କୁମାର ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅକ୍ଷୟ କୁମାର ନନ୍ଦ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଚିତ ରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

- Advertisement -

ଏଥିରେ ଏହି ୬ଟି ବ୍ଲକର ବିଆରଟି, ଆଇଇଭି ଏବଂ ସିଆରସିସିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହା ବ୍ୟତୀତ ‘ଦୃଷ୍ଟି’ ଭୁବନେଶ୍ୱରଙ୍କ ଦ୍ୱାରା ଦୃଷ୍ଟିବାଧିତ ଛାତ୍ର ଛାତ୍ରୀମାନଙ୍କୁ ଚଷମା ବଣ୍ଟନ କରାଯାଇଥିଲା । ଏଥିରେ ଏନଆଇଇପିଆଇଡି ସିକନ୍ଦରାବାଦ ଓ ଦୃଷ୍ଟି ଭୁବନେଶ୍ୱରର ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇଥିଲେ ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories