www.samajalive.in
Wednesday, December 10, 2025
16.1 C
Bhubaneswar

ଓଡ଼ିଶା ବୃତ୍ତିଗତ ସମାଜସେବୀ ସଂଘ ତରଫରୁ ଜନଜାତି କଲ୍ୟାଣ ଉପରେ ଜାତୀୟ ସଂପାନ ଆୟୋଜନ

ଭୁବନେଶ୍ୱର: ଓଡ଼ିଶା ବୃତ୍ତିଗତ ସମାଜସେବୀ ସଂଘ ଓ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଓ ଜନଜାତି କଲ୍ୟାଣ’ ଶୀର୍ଷକ ଏକ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଦ୍ୱାରା ମିଳିତ ଭାବେ ଶୁଭାରମ୍ଭ କରାଯାଇଥିବା ଏହି ସଂପାନରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୨୦୦ ସମାଜସେବୀ କ୍ଷେତ୍ରର ବହୁ ଛାତ୍ର, ଶିକ୍ଷକ, ଗବେଷକ ତଥା ବୁଦ୍ଧିଜୀବୀ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହେଉଥିବା ବିଭିନ୍ନ ଖଣି, ଖାଦାନ, ଶିଳ୍ପ ପ୍ରତିଷ୍ଠାନ ପ୍ରଭୃତି କାର୍ଯ୍ୟରେ କର୍ପୋରେଟ ସଂସ୍ଥାଗୁଡ଼ିକ ତାଙ୍କର ସାମାଜିକ ଦାୟିତ୍ୱବୋଧର କିପରି ପରିପାଳନ କରୁଛନ୍ତି ଏବଂ ତାହାକୁ ସଂଚାଳନ କରିବା କ୍ଷେତ୍ରରେ କ’ଣ ସବୁ ପ୍ରତିବନ୍ଧକ ରହିଛି ଓ ସେସବୁର ସମାଧାନର ବିଭିନ୍ନ ଦିଗ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ନିରଞ୍ଜନ ସାହୁ, ବିଜେବି କଲେର ଅଧ୍ୟକ୍ଷ ପ୍ରଫେସର ଗୁଲାମ ମଇଉଦ୍ଦିନ୍‌ ଖାଁ, ଟାଟା ପାୱାର କେନ୍ଦ୍ର ଓଡ଼ିଶା ବିତରଣ କମ୍ପାନୀ ଲିଃ ସିଏସ୍‌ଆର୍‌ ମୁଖ୍ୟ ପ୍ରଦୀପ ଘୋଷାଲ, ଟାଟା ଷ୍ଟିଲ୍‌ର ସିଏସ୍‌ଆର୍‌ ମୁଖ୍ୟ ଅମ୍ବିକା ନନ୍ଦ, ବିଜେବି କଲେଜର ସେମିନାର କନ୍‌ଭେନର ଇତିଶ୍ରୀ ପାଢ଼ୀ ଓ ଓପ୍‌ସାର ଅଧ୍ୟକ୍ଷ ଶ୍ରୀମତୀ ସ୍ନେହ ମିଶ୍ର ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ପ୍ରଫେସର ସବିତା ଆଚାର୍ଯ୍ୟ ଆଦିମ ଅଧିବାସୀମାନଙ୍କ ବିକାଶ ନିମନ୍ତେ ସେମାନଙ୍କୁ ଯଥୋଚିତ ଭାବେ ସହଯୋଗ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

- Advertisement -

କିସ୍‌ର କୁଳପତି ପ୍ରଫେସର ଦୀପକ ବେହେରା ଆଦିବାସୀ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଜନଜାତି ବର୍ଗର ଲୋକଙ୍କ ଉତ୍‌ଥାନ ଦିଗରେ କର୍ପୋରେଟ୍‌ଗୁଡ଼ିକ ସହୃଦୟତାର ସହ ବିକାଶ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ । ମହାନଦୀ କୋଲଡ୍‌ ଫିଲ୍ଡଲିଃ, ଜିନ୍ଦଲ ଷ୍ଟିଲ୍‌ ୱାର୍କ ଏବଂ ଟାଟାପାୱାର କେନ୍ଦ୍ର ଓଡ଼ିଶା ବିତରଣ କମ୍ପାନୀଙ୍କ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଓପ୍‌ସାର ସଂପାଦିକା ଝରଣା ସ୍ୱାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories