www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ବାଦଶ ପରୀକ୍ଷାଫଳ, କରୋନା ପରିସ୍ଥିତି ପାଇଁ ବାହାରିଲାନି ମେଧା ତାଲିକା

ଭୁବନେଶ୍ବର: ଆଜି ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି। ଆଇସିଏସ୍‌ଇ ଦଶମ ପାସ୍‌ହାର ୯୯.୩୩% ଏବଂ ଆଇଏସ୍‌ସି ଦ୍ବାଦଶ ପାସ୍‌ହାର ୯୬.୮୪%। ଆଇସିଏସ୍ଇ ଏବଂ ଆଇଏସ୍‌ଇ ୱେବ୍‌ସାଇଟ୍‌ cisce.org ଏବଂ results.cisce.org.ରେ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ। ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମଧ୍ୟ ପରୀକ୍ଷାଫଳ ମିଳିପାରିବ।
ଆଜି ଆଇସିଏସଇ (ଦଶମ) ଏବଂ ଆଇଏସସି ( ଦ୍ବାଦଶ) ପରୀକ୍ଷା ଫଳ ଘୋଷଣା କରାଯାଇଛି। ଅପରାହ୍ନ ୩ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିବା ‌ବେଳେ ଦେଶରେ ଆଇସିଏସଇର ପାସ ହାର ଗତବର୍ଷଠାରୁ ବୃଦ୍ଧି ପାଇଥିବା ଦେଖାଯାଇଛି । ଚଳିତ ବର୍ଷ ଆଇସିଏସଇ ଦଶମ ଶ୍ରେଣୀର ପାସ୍ ହାର ୯୯.୩୩% ଓ ଆଇଏସସି ଦ୍ବାଦଶ ଶ୍ରେଣୀର ପାସ୍ ହାର ୯୬.୮୪% ଥିବା ବେଳେ ଗତ ବର୍ଷ ଆଇସିଏସଇର ପାସ ହାର ୯୮.୫୪% ଏବଂ ଆଇଏସସି ପାସ୍ ହାର ୯୬.୫୨% ରହିଥିଲା ।
ଚଳିତ ବର୍ଷ ଆଇସିଏସ୍ଇର ମୋଟ ୨,୦୬,୫୨୫ ଜଣ ଛାତ୍ର-ଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧,୩୭୭ ଜଣ ଛାତ୍ର-ଛାତ୍ରୀ ଅକୃତକାର୍ଯ୍ୟ ହୋଇଛନ୍ତି। ସେହିଭଳି ଆଇଏସସି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୫,୬୧୧ଜଣ ପାସ କରିଥିବା ବେଳେ ୨,୭୯୮ଜଣ ଛାତ୍ର-ଛାତ୍ରୀ ଫେଲ ହୋଇଛନ୍ତି। କୋଭିଡ ପରିସ୍ଥିତି ପାଇଁ ଚଳିତ ବର୍ଷ ସିଆଇଏସସିଇ ଆଇସିଏସଇ କିମ୍ବା ଆଇଏସସିର ମେଧା ତାଲିକା ପ୍ରକାଶ କରାଯିବ ନାହିଁ ବୋଲି ସିଆଇଏସସିଇର ମୁଖ୍ୟ କାର୍ୟ୍ୟନିର୍ବାହୀ ତଥା ସଚିବ ଗେରି ଆରାଥନ୍ କହିଛନ୍ତି।
ଯଦି କୌଣସି ଛାତ୍ର-ଛାତ୍ରୀ ପୁନଃ ମୂଲ୍ୟାଙ୍କନ କରିବା ପାଇଁ ଚାହୁଁଥିବେ, ତେବେ ସେମାନେ www.cisce.orgରେ ଆବେଦନ କରି ପାରିବେ । ଆଇସିଏସଇ ଏବଂ ଆଇଏସସି ଛାତ୍ର-ଛାତ୍ରୀଙ୍କ ପାଇଁ ପୁନଃ ମୂଲ୍ୟାଙ୍କନ ରାଶି ୧,୦୦୦ଟଙ୍କା ରଖାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories