www.samajalive.in
Saturday, December 6, 2025
16.1 C
Bhubaneswar

ଆଇସିଏସଇ ଦଶମ ପରୀକ୍ଷା ବାତିଲ, ଦ୍ବାଦଶ ସ୍ଥଗିତ

ନୂଆଦିଲ୍ଲୀ: କାଉନସିଲ୍‌ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ (ସିଆଇଏସସିଇ) ଦ୍ବାରା ପରିଚାଳିତ ଆଇସିଏସଇ (ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜେୁକେଶନ) ଦଶମ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏହାସହିତ ଦ୍ବାଦଶ ପରୀକ୍ଷାକୁ  ପୂର୍ବ ଭଳି ସ୍ଥଗିତ ରଖାଯାଇଛି। ପୂର୍ବରୁ ଉଭୟ ଦଶମ ଏବଂ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଆସନ୍ତା ଜୁନ ୧ରେ କୋଭିଡ ସ୍ଥିତି ସମୀକ୍ଷା କରାଯିବା ପରେ ଦ୍ବାଦଶ ପରୀକ୍ଷା ହେବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସିଆଇଏସସିଇ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧ରେ ସିଆଇଏସସିଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏପ୍ରିଲ ୮ରୁ ଦ୍ବାଦଶ ଏବଂ ମେ ୫ରୁ ଦଶମ ବୋର୍ଡ ପରୀକ୍ଷା ଆୟୋଜିତ ହେବ ବୋଲି କୁହାଯାଇଥିଲା। କିନ୍ତୁ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ପରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିର୍ଦେଶକ୍ରମେ ମାର୍ଚ୍ଚ ୧୯ରେ ଉଭୟ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories