www.samajalive.in
Saturday, December 6, 2025
16.1 C
Bhubaneswar

ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ ; ଅଷ୍ଟ୍ରେଲିଆ ଶୀର୍ଷରେ, ଭାରତ ୬ଷ୍ଠ

କାନ୍‌ବେରା: ଭାରତ ବିପକ୍ଷରେ ଘରୋଇ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବା ସହ ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ରେ ୪୦ ପଏଣ୍ଟ ହାସଲ କରିଛି ଅଷ୍ଟ୍ରେଲିଆ। ଏହି ୪୦ ପଏଣ୍ଟ ସହ ଅଷ୍ଟ୍ରେଲିଆ ଟେବୁଲର ଶୀର୍ଷରେ ରହିଛି। ତେବେ ୩ୟ ଦିନିକିଆକୁ ୧୩ ରନ୍‌ରେ ଜିତିବା ଯୋଗୁଁ ସୁପର ଲିଗ୍‌ ପଏଣ୍ଟ ଟେବୁଲ୍‌ରେ ଭାରତ ଖାତା ଖୋଲିପାରିଛି। ଏହି ବିଜୟ ଲାଗି ଭାରତକୁ ପ୍ରଥମେ ୧୦ ପଏଣ୍ଟ ମିଳିଥିଲେ ହେଁ ପ୍ରଥମ ଦିନିକିଆରେ ଧିମା ଓଭର ହାର ଯୋଗୁଁ ଭାରତର ଗୋଟିଏ ପଏଣ୍ଟ କାଟି ଦିଆଯାଇଛି। ୯ ପଏଣ୍ଟ ସହ ଭାରତ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି। ୧୩ଟି ଦଳଙ୍କୁ ନେଇ ଚଳିତବର୍ଷଠାରୁ ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ ଆରମ୍ଭ ହୋଇଛି। ଦିନିକିଆ କ୍ରିକେଟ୍‌ରେ ପ୍ରଦର୍ଶନ ଅନୁସାରେ ଦଳମାନଙ୍କୁ ପଏଣ୍ଟ ମିଳିବ। ଏହା ଆଧାରରେ ୨୦୨୩ରେ ଭାରତରେ ହେବାକୁ ଥିବା ୫୦ ଓଭରର ବିଶ୍ବକପ୍‌ ପାଇଁ ଦଳମାନେ ଯୋଗ୍ୟତା ଅର୍ଜନ କରିବେ। ୩୦ ପଏଣ୍ଟ ସହ ବିଶ୍ବ ଚମ୍ପିଆନ୍ ଇଂଲଣ୍ଡ ୨ୟ ସ୍ଥାନରେ ଥିବା ବେଳେ ୨୦ ପଏଣ୍ଟ ସହ ପାକିସ୍ତାନ ୩ୟ ସ୍ଥାନରେ ରହିଛି। ଜିମ୍ବାୱେ ଓ ଆୟରଲାଣ୍ଡ ୧୦ ପଏଣ୍ଟ ଲେଖାଏଁ ପାଇଁ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories