www.samajalive.in
Saturday, December 6, 2025
17.1 C
Bhubaneswar

କୋହଲି ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର, ଟେଷ୍ଟରେ ସ୍ମିଥ୍‌; ମହିଳାଙ୍କ ଭିତରେ ଏଲିସି ପେରୀ ଆଗରେ

ଦୁବାଇ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର। ଆଇଆଇସି ପକ୍ଷରୁ ୨୦୨୦ ପାଇଁ ଘୋଷଣା କରାଯାଇଥିବା ବିଭିନ୍ନ ପୁରସ୍କାର ଭିତରେ କୋହଲିଙ୍କୁ ଏହି ଆୱାର୍ଡ ମିଳିଛି। କୋହଲି ମୋଟ ୨ଟି ପୁରସ୍କାର ହାତେଇଛନ୍ତି। ସେହିପରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ​ ଧୋନୀଙ୍କୁ ଖେଳୁଆଡ଼ ମନୋଭାବ  ପାଇଁ ଆଇସିସି ‘ସ୍ପିରିଟ୍‌ ଅଫ ଦ କ୍ରିକେଟ’ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି।

- Advertisement -

ଆଇସିସି ବିରାଟକୁ ଦଶନ୍ଧିର ସର୍ବଶ୍ରେଷ୍ଠ ଦିନିକିଆ କ୍ରିକେଟର ଘୋଷିତ କରି ଉଲ୍ଲେଖ କରିଛି ଯେ, ଆଇସିସି ଆୱାର୍ଡ ଅବଧିରେ ବିରାଟ ୧୦ ହଜାରରୁ ଅଧିକ ଏକଦିବସୀୟ ରନ୍‌ କରିଥିବା ଏକମାତ୍ର ଖେଳାଳି। ଏହି ସମୟରେ ସେ ୩୯ ଶତକ, ୪୮ ଅର୍ଦ୍ଧଶତକ ହାସଲ କରିବା ସହିତ ୧୧୨ କ୍ୟାଚ୍‌ ଧରିଛନ୍ତି। ୬୧.୮୩ % ହାରରେ ସେ ରନ୍‌ କରିଛନ୍ତି।

ବିରାଟଙ୍କ ଏହି ପ୍ରଦର୍ଶନ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଘୋଷଣା କରାଯାଇଛି ଏବଂ ଏଥିପାଇଁ ତାଙ୍କୁ ସାର୍‌ ଗ୍ୟାରିଫିଲ୍ଡ ସୋବର୍ସ ଆୱାର୍ଡ ପ୍ରଦାନ କରାଯାଇଛି। ଉଭୟ ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ସେ ୫୬.୯୭ %ରେ ସର୍ବାଧିକ ୨୦ ହଜାର ୩୯୬ ରନ୍‌ ସଂଗ୍ରହ କରିଛନ୍ତି। ସେଥିରେ ୬୬ ଶତକ ଏବଂ ୯୪ ଅର୍ଦ୍ଧଶତକ ରହିଛି।

Image courtesy: The Telegraph

ଅନ୍ୟପଟେ ପୂର୍ବତନ ଅଧିନାୟକ ଧୋନୀଙ୍କୁ ୨୦୧୧ରେ ନଟିଂହାମ ଟେଷ୍ଟରେ ଦୁର୍ଭାଗ୍ୟପୂର୍ଣ୍ଣ ରନ୍‌ଆଉଟ୍‌ ପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଇଆନ ବେଲଙ୍କୁ ପୁଣି ଥରେ ଖେଳିବା ଲାଗି ଆମନ୍ତ୍ରଣ କରିବାର ଇସାରା ପାଇଁ ସର୍ବସମ୍ମତି କ୍ରମେ ଦଶନ୍ଧିର ଆଇସିସି ସ୍ପିରିଟ୍‌ ଅଫ ଦ କ୍ରିକେଟ ଆୱାର୍ଡ ପାଇଁ ଚୟନ କରାଯାଇଛି।

ସେହିପରି ଆଫଗାନିସ୍ତାନର ସ୍ପିନ୍‌ ବୋଲର ରଶିଦ୍‌ ଖାନଙ୍କୁ ଟି-୨୦ ଏବଂ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥଙ୍କୁ ଟେଷ୍ଟରେ ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ଘୋଷଣା କରାଯାଇଛି। ଏହାବ୍ୟତୀତ ମହିଳା ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଟିମ୍‌ର ଅଲରାଉଣ୍ଡର ଏଲିସି ପେରୀଙ୍କୁ ଦଶନ୍ଧିର ସର୍ବଶ୍ରେଷ୍ଠ ଟି-୨୦ ଏବଂ ଦିନିକିଆ କ୍ରିକେଟର ଆୱାର୍ଡ ପ୍ରଦାନ କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories