www.samajalive.in
Sunday, December 7, 2025
23.1 C
Bhubaneswar

ନୂଆ ରଣନୀତି ସହ ଓହ୍ଲାଇବ ରୋହିତ ସେନା

ପୁଣେ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣର ଗୁରୁବାର ପୁଣେରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବେ। ବର୍ତ୍ତମାନର ଫର୍ମ ଦୃଷ୍ଟିରୁ ଯଦିଓ ଭାରତର ପଲ୍ଲା ଭାରି ରହିଛି ତେବେ ବାଂଲାଦେଶ ନିକଟରେ ବିପର୍ଯ୍ୟୟ ସୃଷ୍ଟି କରିବାର ଦକ୍ଷତା ମଧ୍ୟ ରହିଛି।
ରୋହିିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୩ଟି ବିଜୟ ସହ ୬ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ବାଂଲାଦେଶ ୩ଟି ମ୍ୟାଚ ଖେଳି ୨ଟି ପରାଜୟ ଓ ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଛି। ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ, ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ଓ ତୃତୀୟ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ଦଳ ବ୍ୟାଟିଂ ଓ ବୋଲିଂରେ ବେଶ୍‌ ଶକ୍ତିଶାଳୀ ରହିଛି। ବ୍ୟାଟିଂରେ ରୋହିତ ଶର୍ମା,ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, ଲୋକେଶ ରାହୁଲ ଭଲ ଫର୍ମରେ ରହିଛନ୍ତି। ଅଲ୍‌ରାଉଣ୍ଡର ଭାବେ ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଦାୟିତ୍ବ ତୁଲାଉଛନ୍ତି। ରୋହିତ ୩ଟି ମ୍ୟାଚରୁ ୨୧୭ରନ,ବିରାଟ କୋହଲି୧୫୬ରନ , ଲୋକେଶ ରାହୁଲ ୧୧୬ରନ କରିଛନ୍ତି। ​‌ପାକିସ୍ତାନ ବିପକ୍ଷରେ ଶୁବମାନ ଗିଲ୍‌ ଖେଳିଥିଲେ ହେଁ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଆୟାର ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ୫ଜଣ ବ୍ୟାଟିଂ ସ୍ପେଶାଲିଷ୍ଟକୁ ନେଇ ଖେଳିବ। ସେହିପରି ବୋଲିଂରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ,କୁଳଦୀପ୍‌ ଯାଦବ ଖେଳିବା ନିଶ୍ଚିତ ଥିବାବେଳେ ସାର୍ଦୁଳ ଠାକୁରଙ୍କ ସ୍ଥାନରେ ମହମ୍ମଦ ସାମି କିମ୍ବା ରବିଚନ୍ଦ୍ରନ ଅଶ୍ବିନ ଖେଳିବା ନେଇ ଆଶା କରାଯାଉଛି। ବୁମ୍‌ର​‌ା ୩ଟି ମ୍ୟାଚରୁ ୮ଟି, ହାର୍ଦିକ ପାଣ୍ଡ୍ୟା ୫ଟି, ସିରାଜ ୫ଟି ୱିକେଟ ମଧ୍ୟ ନେଇଛନ୍ତି। ବାଂଲାଦେଶ ବିପକ୍ଷରେ ଦଳ ବିଜୟ ଧାରାକୁ ବଜାୟ ରଖିବା ନେଇ ନିଶ୍ଚିତ ଉଦ୍ୟମ କରିବ। ଉକ୍ତ ମ୍ୟାଚ ପାଇଁ ଭାରତ ନୂତନ ରଣନୀତି ପ୍ରସ୍ତୁତ କରିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି।
ଅନ୍ୟପକ୍ଷରେ ବାଂଲାଦେଶ ନଜମୁଲ ହୋସେନ ସାଣ୍ଟୋଙ୍କ ନେତୃତ୍ବରେ ଖେଳିବ। ଅଲରାଉଣ୍ଡର ତଥା ଦଳର ନିୟମିତ ଅଧିନାୟକ ସାକିବ୍‌ ଅଲ୍‌ ହାସନ ଆହତ ହୋଇଥିବାରୁ ସେ ଭାରତ ବିପକ୍ଷ ମ୍ୟାଚ ଖେଳିବେନି। ଦଳ ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିବାବେଳେ ଇଂଲଣ୍ଡ ନିକଟରୁ ୧୩୭ରନରେ ଓ ନ୍ୟୁଜିଲାଣ୍ଡ ନିକଟରୁ ୮ ୱିକେଟରେ ପରାଜିତ ହୋଇଛି। ବ୍ୟାଟିଂରେ ଲିଟନ ଦାସ,ତାନଜିଦ୍‌ ହାସନ,ମେହେଦି ହାସନ ମିର୍ଜା,ନଜମୋଲ ହୋସେନ ସାଣ୍ଟୋ,ମୁସଫିକ୍ୟୁର ରହିମ, ମହମ୍ମଦୁଲ୍ଲା ପ୍ରମୁଖ ରହିଛନ୍ତି। ବ୍ୟାଟସ୍‌ମ୍ୟାନ ମାନେ ନିୟମିତ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ଯାହା ଫଳରେ ଦଳ ବଡ ସ୍କୋର କରିବାରେ ବିଫଳ ହେଉଛି। ବୋଲିଂରେ ମୁସ୍ତାଫିଜ୍ୟୁର ରହେମାନ,ତସ୍କିନ ଅହମ୍ମଦ, ସୌରିଫୁଲ୍‌ ଇସ୍‌ଲାମ, ମେହେଦି ହାସନ ମିର୍ଜା ପ୍ରମୁଖ ରହିଛନ୍ତି। ବୋଲରମାନେ ମଧ୍ୟ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିବାରେ ଏପର୍ଯ୍ୟନ୍ତ ବିଫଳ ହୋଇଛନ୍ତି। ଭାରତ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ ନେଇ ଆଶା ରଖିଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଭାରତ ୩ଟି ଓ ବାଂଲାଦେଶ ୨ଟି ମ୍ୟାଚରେ ବିଜୟୀ ହୋଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories