ତେହରାନ: ଇରାନର ନୂଆ ରାଷ୍ଟ୍ରପତି ଭାବରେ ଅତ୍ୟନ୍ତ ରକ୍ଷଣଶୀଳ ଧର୍ମୀୟ ନେତା ଇବ୍ରାହିମ ରାଇସି ନିର୍ବାଚିତ ହୋଇଛନ୍ତି। ଦେଶର ବିଦାୟୀ ରାଷ୍ଟ୍ରପତି ହାସନ ରୁହାନି ନୂଆ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜନମତକୁ ସମ୍ମାନ ଜଣାଉଥିବା କହିଛନ୍ତି। ଇତିମଧ୍ୟରେ ବିଭିନ୍ନ ମହଲରୁ ଇବ୍ରାହିମଙ୍କ ନିକଟରୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅନ୍ୟ ଦୁଇ ଅତ୍ୟନ୍ତ ରକ୍ଷଣଶୀଳ ପ୍ରାର୍ଥୀ ମୋହସିନ ରେଜାଇ ଏବଂ ଅମରିହୋସେନ୍ ଘାଜିଜାଦେହ ହାଶେମି ଏବଂ ସଂସ୍କାରବାଦୀ ତଥା ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଆବଦୋଲନାସିର ହେମାତି ମଧ୍ୟ ରାଇସିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Popular Categories



