www.samajalive.in
Saturday, December 6, 2025
19.1 C
Bhubaneswar

ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ବର: ଗତକାଲି ୬ ଦିନର ଶିଶୁପୁତ୍ର ବିକ୍ରି ହୋଇଥିବା ଅଭିଯୋଗ କରାଯାଇଥିଲା। ଏହାର ତଦନ୍ତ କରି ଆଜିଚାଇଲ୍ଡ ଲାଇନ ଓ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ମାଳିସାହି ଅଞ୍ଚଳରୁ ବିକ୍ରି ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଚାଇଲ୍ଡ ଲାଇନ ଓ କମିଶନରେଟ ପୁଲିସ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ନିକଟସ୍ଥ ମାଳିସାହି ଅଞ୍ଚଳରୁ ଉଦ୍ଧାର କରିଥିବା ଶିଶୁପୁତ୍ରକୁ ୧୦ହଜାର ଟଙ୍କାରେ କିଣିଥିବା ସ୍ବୀକାର କରିଛନ୍ତି ନେଇଥିବା ବ୍ୟକ୍ତି। ଶିଶୁକୁ ସିଡବ୍ଲ୍ୟୁସିରେ ହାଜର ପରେ ସ୍ପେଶାଲ ଆଡପସନ ସେଣ୍ଟର ପଠାଯିବ। ଶିଶୁ ଉଦ୍ଧାର ନେଇ ଚାଇଲ୍ଡ ଲାଇନ ନିର୍ଦେଶକ ବେଣୁଧର ସେନାପତିଙ୍କ ସୂଚନା ଦେଇଛନ୍ତି।


ଗତକାଲି ୬ଦିନର ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଛୁଆ ନଥିବାରୁ ୧୦ହଜାର ଟଙ୍କାରେ ଶିଶୁ ପୁତ୍ରକୁ ଜଣେ ମହିଳା କିଣିଥିଲେ। ତେବେ ୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଚାଇଲ୍ଡ ଲାଇନକୁ ତଦନ୍ତ ନିର୍ଦେଶ ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଚାଇଲ୍ଡ ଲାଇନ ଏବଂ ପୁଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଛି। ତେବେ ଶିଶୁଟିକୁ ପାଇବା ପାଇଁ ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ବିଭିନ୍ନ ଅଞ୍ଚଳରେ ଅନୁସନ୍ଧାନ କରିଥିଲା ଟିମ୍। ଏନେଇ ଚାଲିଲଡ୍ଲାଇ ନିର୍ଦେଶକ ବେଣୁଧର ସେନାପତି କହିଛନ୍ତି ଯେ, ଗତକାଲି ରାତିରେ ଏହି ମାମଲାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଥିଲା। ବର୍ତ୍ତମାନ ମଧ୍ୟ ଘଟଣାର ତଦନ୍ତ ଚାଲିଛି। ଆମେ କମିଶନେରେଟ ପୁଲିସ ସହାୟତାରେ ମାଳିସାହିରୁ ଶିଶୁଟିକୁ ଉଦ୍ଧାର କରିଛୁ। ଯିଏ ଶିଶୁଟିକୁ ନେଇଥିଲେ ସେ ମଧ୍ୟ ୧୦,୦୦୦ ଟଙ୍କାରେ ଶିଶୁଟିକୁ କିଣିଥିବା ସ୍ୱୀକାର କରିଛନ୍ତି। ଯେହେତୁ ଶିଶୁଟିର ବାପା-ମା ଗରିବ ତେଣୁ ଶିଶୁଟିକୁ ବିକ୍ରି କରିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତିଟି ଶିଶୁପୁତ୍ରକୁ ବିକ୍ରି କରିଛନ୍ତି ସେ ଡ୍ରଗ୍‌ ଆଡିକ୍ଟି ଭଳି ମନେ ହେଉଛନ୍ତି। ତେଣୁ ନିଶା ଖାଇବା ପାଇଁ ସେ ଶିଶୁଟିକୁ ବିକ୍ରି କରିଥାଇପାରନ୍ତି। ଏ ନେଇ ଥାନାରେ ମାମଲା ରୁଜୁ କରାଯାଇଛି ଏବଂ ଏହାର ତଦନ୍ତ ଚାଲିଛି ବୋଲି ବୋଲି ବେଣୁଧର କହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories