www.samajalive.in
Sunday, December 7, 2025
26.1 C
Bhubaneswar

ରାଜସ୍ୱ ରଥ ଶୁଭାରମ୍ଭ : ଏଣିକି ଗାଁରେ ମିଳିବ ରାଜସ୍ବ ସେବା

ଠାକୁରମୁଣ୍ଡା : ଏଣିକି ଗାଁରେ ମିଳିବ ସମସ୍ତ ରାଜସ୍ବ ସେବା। କୋଭିଡ ସମୟରେ ଲୋକଙ୍କୁ ଆଉ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିବାକୁ ପଡିବନି। ଜମି ପଟ୍ଟା ହେଉ ବା ଯେ କୌଣସି ପ୍ରମାଣ ପତ୍ର ଗାଁରେ ମିଳିପାରିବ। ଏଥିପାଇଁ ଠାକୁରମୁଣ୍ଡା ତହସିଲ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ରାଜସ୍ବ ରଥ ଶୁଭାରମ୍ଭ ହୋଇଛି। କରଞ୍ଜିଆ ଉପଜିଲ୍ଲାପାଳ ଡ଼ ରଜନୀକାନ୍ତ ବିଶ୍ବାଳ ସବୁଜ ପତାକା ଦେଖାଇ ଏହି ରଥକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଠାକୁରମୁଣ୍ଡାର ଅତିରିକ୍ତ ତହସିଲଦାର, ବିଡିଓଙ୍କ ସମେତ ସମସ୍ତ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ। ରାଜସ୍ବ ରଥ ଏଣିକି ଗାଁ ଗାଁରେ ବୁଲି ଲୋକଙ୍କୁ ସେବା ଯୋଗାଇ ଦେବ। ଜମି ପଟ୍ଟା ହେଉ ବା ପିଲାଙ୍କ ବିଭିନ୍ନ ପ୍ରମାଣପତ୍ର ଗାଁରେ ମିଳିପାରିବ। ଏହି ଯୋଜନାର ସଫଳ ରୂପାୟନ ପାଇଁ ଜନସାଧାରଣ ସହଯୋଗ କରିବା ସହ ଏହାର ଲାଭ ଉଠାଇବାକୁ ଉପଜିଲ୍ଲାପାଳ ଶ୍ରୀ ବିଶ୍ବାଳ ନିବେଦନ କରିଛନ୍ତି। ପରେ ଠାକୁରମୁଣ୍ଡା ବ୍ଲକର ପଡିଆବେଡା ଗ୍ରାମପଞ୍ଚାୟତକୁ ଯାଇ ବିଡ଼ିଓ, ତହସିଲଦାର ସ୍ଥାନୀୟ ସରପଞ୍ଚ, ଗ୍ରାମପଞ୍ଚାୟତ ପିଇଓଙ୍କ ଉପସ୍ଥିତରେ ଗ୍ରାମପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ଆବାସ ଯୋଜନା, ପିଡ଼ିଏସ ଏବଂ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକର ସମୀକ୍ଷା କରିଥିଲେ। ପରେ ପୋଡ଼ିଆବେଡା ଆର.ଆଇ ଅଫିସରେ ପହଞ୍ଚି ରାଜସ୍ୱ ବିଭାଗର କାର୍ଯ୍ୟକୁ ତଦାରଖ  କରିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories