ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରରେ ଅଦଲ ବଦଳ

0

ଭୁବନେଶ୍ୱର :  ରାଜ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ଅଦଳ ବଦଳ କରାଯାଇଛି ।  ୧୯୮୬ ବ୍ୟାଚ ଭାରତୀୟ  ପ୍ରଶାସନିକ ସେବା ଅଧିକାରୀ ଜି.ଭି.ଭି ଶର୍ମା ବୋର୍ଡ ଅଫ୍‌ ରେଭିନ୍ୟୁର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ୧୯୮୯ବ୍ୟାଚ  ଭାରତୀୟ  ପ୍ରଶାସନିକ ସେବା ଅଧିକାରୀ ଡ଼.ମୋନା ଶର୍ମା ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ୧୯୯୫ ବ୍ୟାଚ୍‌ ଭାରତୀୟ  ପ୍ରଶାସନିକ ସେବା ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର କମିସନର ତଥା ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏହା ସହ ସେ  ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସ୍‌ଡ଼୍‍ମାର ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରିବେ। ୧୯୯୬ ବ୍ୟାଚ୍‌ ଭାରତୀୟ  ପ୍ରଶାସନିକ ସେବା ଅଧିକାରୀ  ବିଶାଲ୍‌ ଦେବ୍‌ଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସଚିବ ସହ  ଓଏଚ୍‌ପିସିର ଅଧ୍ୟକ୍ଷ  ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୩ ବ୍ୟାଚ୍‌ ଭାରତୀୟ  ପ୍ରଶାସନିକ ସେବା ଅଧିକାରୀ ପୁରୁଷୋତ୍ତମ ସାହୁଙ୍କୁ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ୨୦୦୭ ବ୍ୟାଚ୍‌ ଭାରତୀୟ  ପ୍ରଶାସନିକ ସେବା ଅଧିକାରୀ  ଜି.ଜି.ଦେବତାଙ୍କୁ ବୋର୍ଡ଼ ଅଫ୍‌ ରେଭିନ୍ୟୁର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ୨୦୦୯ ବ୍ୟାଚ୍‌ ଭାରତୀୟ  ପ୍ରଶାସନିକ ସେବା ଅଧିକାରୀ ଭି. ଜୟ କୁମାରଙ୍କୁ ପି.ଆଣ୍ଡ ସି. ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ୨୦୧୪ ବ୍ୟାଚ୍‌ ଭାରତୀୟ  ପ୍ରଶାସନିକ ସେବା ଅଧିକାରୀ ୟେଦୁଲା ବିଜୟଙ୍କୁ ଗୃହ ବିଭାଗର ଅନୁଶାସନ ସଚିବ ଭାବେ  ନିଯୁକ୍ତି ଦିଆଯାଇଛି ।

ଏହା ସହ  ବରିଷ୍ଠ  ଓଏସ୍‌ଏସ୍‌ ଅଧିକାରୀ ନିରଞ୍ଜନ ନାୟକଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ , ସରୋଜ ସାମଲଙ୍କୁ ଯୋଗାଣ ନିଗମର ଓ ଓଏସ୍‌ଡ଼ବ୍ଲୁସିର ପରିଚାଳନା ନିର୍ଦ୍ଦେଶକ ଭାବେ ନୂତନ ନିଯୁକ୍ତି ଦିଆଯାଇଛି ।

Leave A Reply