www.samajalive.in
Sunday, December 7, 2025
13.1 C
Bhubaneswar

ଆଇ.ଲଭ ବଲାଙ୍ଗିର ସେଲଫି ଜୋନ ଦୁର୍ନୀତି ପ୍ରସଙ୍ଗ; ଜିଲାପାଳଙ୍କୁ ଭେଟିଲେ ୩ ଜଣିଆ କମିଟି, କାର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗିର : ବଲାଙ୍ଗିର ସହରର ଭାଗିରଥୀ ଛକ ସ୍ଥିତ ଆଇ ଲଭ ବଲାଙ୍ଗିର ସେଲଫି ଜୋନରେ  ହୋଇଥିବା ଦୁର୍ନୀତି ନେଇ ଏକ ତିନି ଜଣିଆ କମିଟି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିରେ ବଲାଙ୍ଗିର ୟୁଥ୍ ଏକ୍ସନ କମିଟିର ସଭାପତି ବିନୋଦ କୁମାର କାଲସାଏ, ସୂଚନା ଅଧିକାର କର୍ମୀ ଶମ୍ଭୁ ପ୍ରସାଦ ଶତପଥୀ, କରଙ୍ଗା କଟା ବଞ୍ଚାଅ ଅଭିଯାନର ଆବାହକ ପ୍ରଶାନ୍ତ ମହାକୁର ଜିଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ଏକ ତିନି ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଜିଲାପାଳ ନିଜେ ପୌରପାଳିକାର ପ୍ରଶାସକ ଥିବା ବେଳେ  ପୌର ଅଇନ ଉଲଂଘନ ଜନିତ ଅଭିଯୋଗର ତଦନ୍ତ ପାଇଁ ତାଙ୍କୁ ନିବେଦନ କରିଥିଲା କମିଟି। ପ୍ରମୁଖ ଦାବି ମଧ୍ୟରେ ଏହାର ପ୍ରଶାସନିକ ତଦନ୍ତ କରାଯିବା ସହ ଦୋଷୀକୁ ଦଣ୍ଡ ଦିଆଯାଉ। ବିନା ଟେଣ୍ଡରରେ ଏହି କାର୍ଯ୍ୟ କିଭଳି କରାଗଲା ଜନସାଧାରଣରେ ପ୍ରକାଶ କରାଯାଉ। ସେଲଫି ଜୋନ ଆରମ୍ଭ ହେବାର ମାତ୍ର ଦୁଇ ମାସ ପରେ ଏଲଇଡି ଡିସପ୍ଲେ ବୋର୍ଡ ଅକାମୀ ହୋଇଗଲା। ଏତେ ଟଙ୍କା ଖର୍ଚ୍ଚ କରାଯାଇଥିଲେ ହେଁ କେଉଁ ପରିସ୍ଥିତିରେ ଓ କିଏ ଏଭଳି ନିମ୍ନମାନର ବୋର୍ଡ ଲଗାଇ ଆତ୍ମସାତ କଲା ତାର ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ନିର୍ବାଚିତ ପୌର ପରିଷଦ ଭାଙ୍ଗିବା ପରେ ଅନ୍ୟ ବହୁତ କାର୍ଯ୍ୟକୁ ବିନା ଟେଣ୍ଡରରେ କରାଯାଇଛି ସେଲଫି ଜୋନ କାର୍ଯ୍ୟାଦେଶରୁ ଜଣାପଡୁଛି। ଏହାର ତଦନ୍ତ ଦାବି କରିଛି କମିଟି। ଏହି ଭଳି ବେଆଇନ କାର୍ଯ୍ୟ ଆହୁରି ଅନେକ ଥିବା ବେଳେ ତାକୁ ବନ୍ଦ କରିବାକୁ ପୌର ପ୍ରଶାସକଙ୍କ ଠାରେ ଦାବି କରିଛି କମିଟି।

ତେବେ ସୂଚନା ଥାଉକି ଗତ ଦୁଇ ସପ୍ତାହ ପୂର୍ବେ ପୌର ଅଇନ ୧୯୫୩ ର ପାରା ନମ୍ବର ୩୩୭ ଓ ୩୩୮ ର ଉଲଂଘନ ଓ ସେଲଫି ଜୋନରେ ହୋଇଥିବା ଦୁର୍ନୀତିକୁ ନେଇ ସ୍ଥାନୀୟ ଗାନ୍ଧୀ ଭବନ ସମ୍ମୁଖରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ଶ୍ରୀ ମହାକୁର ଓ ଶ୍ରୀ ଶତପଥୀ ଧାରଣା ଦେଇଥିଲେ। କେବଳ ବନ୍ୟା, ବାତ୍ୟା, ଘରପୋଡି ଇତ୍ୟାଦି ସ୍ଥଳରେ ଜରୁରୀକାଳୀନ ଭାବେ ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦିଅଯାଇ ପାରିବ ବୋଲି ବ୍ୟବସ୍ଥା ରହିଛି। ପୌର ଅଇନରେ ବନ୍ୟା, ବାତ୍ୟା ଓ ଘରପୋଡି ପାଇଁ ଯେଉଁ ପ୍ରବଧାନ ରହିଛି ସେଲଫି ଜୋନ ନିର୍ମାଣ ସହିତ କୌଣସି ସମ୍ପର୍କ ନାହିଁ। କେବଳ ଦୁର୍ନୀତି ଏବଂ ଜନତାଙ୍କ ଟଙ୍କାକୁ ଅତ୍ମସାତ କରିବା ପାଇଁ ପୌର ଅଇନରେ ରହିଥିବା ପ୍ରବଧାନକୁ ଅନ୍ୟ ବାଟରେ ଯିବାକୁ ଦେଇ ସମ୍ପୃକ୍ତ ଅଧିକାରୀ ନିଜେ ନିଜର ନିୟମ ତିଆରି କରି  ଉକ୍ତ କାର୍ଯ୍ୟକୁ ଭାଗ ଭାଗ କରି ବିନା ଟେଣ୍ଡରରେ କାର୍ଯ୍ୟ କରାଇଛନ୍ତି। ପୌରାଞ୍ଚଳରେ ଏଭଳି ବହୁ କାର୍ଯ୍ୟକୁ ବିନା ଟେଣ୍ଡରରେ କରାଯାଇଛି। ଦୁର୍ନୀତିକୁ ରୋକିବା ପାଇଁ ବିନା ଟେଣ୍ଡରରେ ପୌର ପରିଷଦ ଆଇନରେ ଠିକା କାର୍ଯ୍ୟକୁ ବାରଣ କରାଯାଇଛି। କିନ୍ତୁ ଅନେକ କାର୍ଯ୍ୟରେ ଆଇନକୁ ଠକିଦେବା ପାଇଁ ବିଭିନ୍ନ ଠିକା କାର୍ଯ୍ୟକୁ ଭାଗ ଭାଗ କରାଯାଇ ପର୍ଯ୍ୟାୟ କ୍ରମେ ସମ୍ପନ୍ନ କରାଯାଇଛି। ଏହାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories