www.samajalive.in
Saturday, December 6, 2025
26.1 C
Bhubaneswar

ଅଙ୍ଗଦାନ କରିବେ ‘ବିଗ୍-ବି’ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ : ଶତାବ୍ଦୀର ମହାନାୟକ ‘ବିଗ୍-ବି’ ଅମିତାଭ ବଚ୍ଚନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କିନ୍ତୁ ଏବେ ଚର୍ଚ୍ଚା ଏକ ଭିନ୍ନ ତଥା ମହତ କାର୍ଯ୍ୟ ପାଇଁ।  ଅଙ୍ଗଦାନ କରିବା ନେଇ ଅମିତାଭ ବଚ୍ଚନ ବୁଧବାର ଟ୍ୱିଟରରେ ଘୋଷଣା କରିଛନ୍ତି । କୋଭିଡ ମୁକ୍ତ ହୋଇ ‘କୌନ ବନେଗା କରୋଡ଼ପତି’ ପାଇଁ  ଅମିତାଭ ବଚ୍ଚନ ଚର୍ଚ୍ଚାରେ ଥିବାବେଳେ, ମୃତ୍ୟୁ ପରେ ନିଜର ଅଙ୍ଗଦାନ କରିବାକୁ ଘୋଷଣା କରିଛନ୍ତି ।

ଅଙ୍ଗଦାନ ପାଇଁ ସେ ସତ୍ୟପାଠ କରିଥିବା ଟ୍ବିଟ କରି କହିଛନ୍ତି। ଏହି ଟୁଇଟରେ ସେ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏକ ସବୁଜ ରିବନ୍ ପିନ୍ଧି ସେ ନିଜର ଶପଥ ଓ ପବିତ୍ରତା ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ବିଗ୍-ବିଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

- Advertisement -

ସମାଜର ବିଭିନ୍ନ ବର୍ଗର ଲୋକେ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅନେକ ଚିତ୍ର ତାରକା ଓ ନାୟକ/ନାୟିକା ମଧ୍ୟ ‘ବିଗ୍-ବି’ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସବୁବେଳ ନିଜର ବଦାନ୍ୟତା ପାଇଁ ପ୍ରସିଦ୍ଧି ହାସଲ କରିଥିବା ‘ବିଗ୍-ବି’ଙ୍କ ଏହି ନିଷ୍ପତି ତାଙ୍କ ଉଦାର ବ୍ୟକ୍ତିତ୍ଵକୁ ଆହୁରି ମହାନ କରି ତୋଳିଛି।

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories