www.samajalive.in
Sunday, December 7, 2025
26.1 C
Bhubaneswar

ଉତ୍କଳ ବାଳାଶ୍ରମରେ ହାଇଜେନିକ୍ କିଟ୍ ବଣ୍ଟନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିସ୍ଥିତ ଉତ୍କଳ ବାଳାଶ୍ରମରେ ବଲାଙ୍ଗୀର ଜିଲ୍ଲା ଜୁନିୟର ରେଡକ୍ରସ ତରଫରୁ ହାଇଜେନିକ କିଟ୍ ବଣ୍ଟନ କରାଯାଇଛି। ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ସୁବାଷ ଚନ୍ଦ୍ର ପଟେଲ ମୁଖ୍ୟ ଅତିଥି, ଚିନ୍ମୟ କୁମାର ଯୋଷୀ, ଲଳିତ ଅଗ୍ରୱାଲ, ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ସରୋଜ ଦାସ, ଆମେରିକାନ ଇଣ୍ଡିଆ ଫେଡେରେସନର ଏମଆଇଏସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ଶ୍ରୀ ଦାଶ ସଭାର ଉଦ୍ଦେଶ୍ୟ ବିଷୟରେ କହିଥିଲେ। ପ୍ରତିଦିନ ଅନ୍ତେବାସୀମାନେ କିପରି ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ସହିତ ଯୋଗ କରି ନିଜକୁ ସୁସ୍ଥ ରଖିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ମୁଖ୍ୟ ଅତିଥି ଶ୍ରୀ ପଟେଲ ଜୁନିୟର ରେଡକ୍ରସ ଉପରେ ଆଲୋକପାତ କରିଥିଲେ। ଏହାପରେ ଅନ୍ତେବାସୀମାନଙ୍କୁ ହାଇଜେନିକ କିଟ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଳାଶ୍ରମର ସୁପରିଟେଣ୍ଡେଣ୍ଟ ସମୀର ସାଗର, ପ୍ରଜତ୍ନକାରୀ ଶୁକ୍ରୁ ରାଏ ସହଯୋଗ କରିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories