www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ଭୟରେ କେହି ଆସିଲେନି ; ପତ୍ନୀଙ୍କ ମୃତଦେହକୁ କାନ୍ଧରେ ଶ୍ମଶାନକୁ ନେଲେ ସ୍ୱାମୀ

କାମାରେଡ୍ଡି: ଏବେ ସାରା ଦେଶବାସୀ କରୋନା ମହାମାରୀ ପାଇଁ ଆତଙ୍କିତ। କେହି କାହାକୁ ଆହା କହିବାକୁ ନାହିଁ। କୋଭିଡ ନାଁ ଶୁଣିଲେ ମଣିଷ ଚମକି ପଡୁଛି। କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ଲୋକଙ୍କୁ ପରିବାର ଲୋକ ଦେଖିବା ଅଥବା ତାଙ୍କର ଅନ୍ତିମ ସଂସ୍କାର କରିବା ସୁଯୋଗ ମଧ୍ୟ ମିଳୁନାହିଁ। ହେଲେ ଏଭଳି ଏକ ଜଟିଳ ସମୟରେ ଅନ୍ୟ ଯେକେହି ଅନ୍ୟ ରୋଗରେ ପ୍ରାଣ ହରାଇଲେ ମଧ୍ୟ ତାଙ୍କ ନିକଟକୁ କେହି ଆସିବାକୁ ସାହସ କରୁନାହାନ୍ତି। ସେଥିପାଇଁ ମୃତକଙ୍କ ପରିବାରବର୍ଗ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି।
ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ତେଲେଙ୍ଗାନାର କାମାରେଡ୍ଡି ଜିଲାରେ। ମୃତ ମହିଳା ନାଗାଲକ୍ଷ୍ମୀ ଏବଂ ତାଙ୍କ ସ୍ୱାମୀ କାମାରେଡ୍ଡି ସହର ନିକଟସ୍ଥ ରେଳଷ୍ଟେସନ ପାଖରେ ବାସ କରୁଥିଲେ। ସେମାନଙ୍କର କୋ÷ଣସି ରୋଜଗାର ପନ୍ଥା ନଥିଲା, ଭିକ୍ଷାବୃତ୍ତି କରି ଚଳୁଥିଲେ। କିଛିଦିନ ହେଲା ନାଗାଲକ୍ଷ୍ମୀ ଅସୁସ୍ଥ ହୋଇପଡିଥିଲେ। ତାଙ୍କର ଚିକିତ୍ସା କରାଇବାକୁ ସ୍ୱାମୀ ମଧ୍ୟ ସମର୍ଥ ନଥିଲେ। ଶେଷରେ ରବିବାର ରାତିରେ ନାଗାଲକ୍ଷ୍ମୀଙ୍କର ପରଲୋକ ଘଟିଲା। ତାଙ୍କ ସ୍ୱାମୀ କଣ କରିବେ କିଛି ବୁଝିପାରିଲେ ନାହିଁ। ରେଳ ଅଧିକାରୀଙ୍କୁ ନେହୁରା ହେବାପରେ ସେମାନେ ତାଙ୍କୁ ୨୫୦୦ ଟଙ୍କା ସହାୟତା ଦେଇଥିଲେ। କିନ୍ତୁ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ କେମିତି ନେବେ ତାହା ଜାଣିପାରୁନଥିଲେ ସ୍ୱାମୀ। ଶ୍ମଶାନ ସେଠାରୁ ପ୍ରାୟ ୩ କିଲୋମିଟର ଦୂର। ସମସ୍ତଙ୍କୁ ନିବେଦନ କଲେ। କରୋନା ଭୟରେ କେହି ଆଗେଇ ଆସିଲେ ନାହିଁ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ସ୍ୱାମୀ ସୋମବାର ଦିନ ନାଗାଲକ୍ଷ୍ମୀଙ୍କ ମୃତଦେହକୁ କାନ୍ଧରେ ବୋହି ୩ କିଲୋମିଟର ଚାଲିଚାଲି ଶ୍ମଶାନରେ ପହଞ୍ଚିଲେ। ସେଠାରେ ପତ୍ନୀଙ୍କ ମୃତଦେହର ଅନ୍ତିମ ସଂସ୍କାର କଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories