www.samajalive.in
Saturday, December 6, 2025
15.1 C
Bhubaneswar

ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ; ଅଭିଯୁକ୍ତ ଅଟକ

ଝାରସୁଗୁଡା : ବ୍ରଜରାଜନଗର ଥାନା ଅନ୍ତର୍ଗତ ବଘିଆବେର୍ଣ୍ଣା ଗାଁରେ ଅଘଟଣ ଘଟି ଯାଇଛି। ସ୍ୱାମୀ ର ମାଡ଼ରେ ସ୍ତ୍ରୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ସ୍ତ୍ରୀ ଅଞ୍ଜନା ଖଡ଼ିଆ (୩୦) ଏବଂ ସ୍ୱାମୀ ପ୍ରଦୀପ ଖଡ଼ିଆ (୩୫)ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ପ୍ରଦୀପ ଖଡ଼ିଆ ନିଜର ସ୍ତ୍ରୀକୁ ଏକ କାଠ ଫାଳିଆରେ ସାହାଯ୍ୟରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀ ଅଞ୍ଜନା ଖଡ଼ିଆଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ସ୍ବାମୀ ପ୍ରଦୀପ ଫେରାର ହୋଇଯାଇଥିଲା। କିନ୍ତୁ ବ୍ରଜରାଜନଗର ପୁଲିସ ସ୍ୱାମୀ ପ୍ରଦୀପଙ୍କୁ କାବୁ କରି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବ୍ରଜରାଜନଗର ଆଇଆଇସି ସହିତ ସାଇଣ୍ଟିଫିକ ଟିମ ପହଂଚି ଅଧିକ ତଦନ୍ତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories