www.samajalive.in
Saturday, December 6, 2025
16.1 C
Bhubaneswar

ବଧୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ସ୍ୱାମୀ ବି. ଦଣ୍ଡପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଠାରୁ ପୁଲିସ ହତ୍ୟାରେ ବ୍ୟବହୃତ କାଠ ଫାଳିଆକୁ ଜବତ କରିଛି।

ସୂଚନା ଅନୁସାରେ, ଜରଡ଼ା ଥାନା ଅନ୍ତର୍ଗତ ବି. ନୁଆଗାଁର ଏମ. ଜାଗାମ୍ମାଙ୍କ ଝିଅ ବି. ପୁଷ୍ପା( ୨୨) ରଙ୍ଗେଈଲୁଣ୍ଡା ଗ୍ରାମର ବି. ଦଣ୍ଡପାଣିଙ୍କୁ ୨୦୨୧ ମସିହାରେ ବିବାହ କରିଥିଲେ। କୌଣସି କାରଣକୁ ନେଇ ଶୁକ୍ରବାର ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ମାରପିଟ ହୋଇଥିବା ବେଳେ ପୁଷ୍ପାଙ୍କ ପରିବାରକୁ ଡକାଇ ସମାଧାନ କରାଯାଇଥିଲା। ଶନିବାର ସକାଳେ ପୁଷ୍ପା ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ନେଇ ପୁଷ୍ପାଙ୍କ ପରିବାରକୁ କୁହାଯିବା ସହ ତରବରିଆ ଭାବେ ଗାଁ ଶ୍ମଶାନରେ ମୃତଦେହକୁ ପୋଡି ଦିଆଯାଇଥିଲା। ଏହି ଘଟଣା ନେଇ ଶୁକ୍ରବାର ଝିଅର ମା’ ଜାଗାମ୍ମା ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରିବା ସହ ମସାଣିରୁ ନମୁନା ସଂଗ୍ରହ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ପଚରା ଉଚରା କରିଥିଲା। ସତ୍ୟାସତ୍ୟ ଜାଣିବା ପରେ ଏକ ହତ୍ୟା ମାମଲା(୧୮୩/୨୪) ରୁଜୁ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥବା ଥାନା ଅଧିକାରୀ ଶରତ କୁମାର ମାହାଲିକ ସୂଚନା ଦେଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories