ହୁରିୟାତ୍‌ ଅଧ୍ୟକ୍ଷ ପଦ ଛାଡ଼ିଲେ ଗିଲାନି

0

ଶ୍ରୀନଗର : ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନି ସୋମବାର ତେହରିକ୍‌-ଇ-ହୁରିୟାତ୍‌ ସଂଗଠନର ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇଛନ୍ତି। ୨୦୦୩ରେ ହୁରିୟାତ୍‌ କନ୍‌ଫରେନ୍ସର ବିଭାଜନ ପରେ ଗିଲାନି ୧୫ ବର୍ଷ ଧରି ଏହି ସଂଗଠନର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଆସୁଥିଲେ। ବର୍ତ୍ତମାନ ଗିଲାନିଙ୍କ ସ୍ଥାନରେ ମହମ୍ମଦ ଅସ୍ରଫ ସେହରାଇଙ୍କୁ ନୂତନ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଅପରପକ୍ଷରେ ୮୮ ବର୍ଷୀୟ ଗିଲାନି ହୁରିଆତ୍‌ କନ୍‌ଫରେନ୍ସ କଠୋରପନ୍ଥୀ ଗୋଷ୍ଠୀର ମୁଖ୍ୟଭାବେ କାର୍ଯ୍ୟ କରିବେ ବୋଲି ଜଣାପଡିଛି।

Leave A Reply