www.samajalive.in
Sunday, December 14, 2025
23.1 C
Bhubaneswar

ବଜାରକୁ ଆସିବ ବହୁପ୍ରତିକ୍ଷୀତ ହୁଣ୍ଡାଇ ଭେନ୍ୟୁ ଏସୟୁଭି କାର

ନୂଆଦିଲ୍ଲୀ : ଭାରତୀୟ ଅଟୋମୋବାଇଲ କମ୍ପାନୀ ହୁଣ୍ଡାଇ ନିଜର ବହୁପ୍ରତିକ୍ଷୀତ ମଡେଲ ଏସୟୁଭି ଭେନ୍ୟୁର ବୁଧବାର ପ୍ରଦର୍ଶନ କରିଛି। ଏହି ଏସୟୁଭି କାରର ଲଞ୍ଚ ମେ ମାସରେ କରାଯିବ। ଏହାର ଲଞ୍ଚ ପୂର୍ବରୁ ହିଁ ଏହି କାର ଚର୍ଚ୍ଚାରେ ରହିଆସିଛି। ହୁଣ୍ଡାଇର କହିବା ଅନୁସାରେ ଭାରତରେ ଏହା ପ୍ରଥମ ଏସୟୁଭି ମାନ୍ୟତା ପାଇଛି। ଏହି କାର ବ୍ଲୁଲିଙ୍କ ଟେକନୋଲୋଜି ସହ ବଜାରକୁ ଆସିବ। ଏହି କାରରେ ୩୩ କନେକ୍ଟିଭିଟି ସୁବିଧା ମିଳିବ। ଏହି ଫିଚରରେ ଲାଇଭ କାର ଟ୍ରେକିଂ ମେନଟେନ୍ସ ଆଲର୍ଟ, ଅଟୋ କ୍ରେସ ନୋଟିଫିକେସନ, ରୋଡସାଇଡ ଆସିଷ୍ଟାଣ୍ଟ ରିମୋଟ କ୍ଲାଇମେଟ କଣ୍ଟ୍ରୋଲ ଓ ସ୍ପିଡ ଆଲର୍ଟ ସାମିଲ ରହିଛି। ଏହି କାରର ମୂଲ୍ୟ ୮ଲକ୍ଷରୁ ୧୨ ଲକ୍ଷ ପ୍ରର୍ଯ୍ୟନ୍ତ ରହିଛି।
ମାରୁତି ସୁଜକି ବଜାରରେ ଭିଟାରା ବ୍ରେଜା ଟାଟା ନେକ୍ସନ, ଫୋର୍ଟ ଇକୋପୋର୍ଟ ଓ ମହେନ୍ଦ୍ରା ଏକ୍ସୟୁଭି୩୦୦ ପ୍ରତିଯୋଗିତା କରିବ। କମ୍ପାନୀ ଏହି କାରର ବୁକିଂ ଆରମ୍ଭ କରିଦେଇଛି। ପ୍ରତ୍ୟକ ଗ୍ରାହକ ୫୦ହଜାର ଟଙ୍କା ଟୋକନ ଦେଇ କାରର ବୁକିଂ କରିପାରିବେ। କାରର ଲଞ୍ଚ ପୂର୍ବରୁ ଭାରତୀୟ ସଡକରେ ଏହି କାର ଅଭ୍ୟାସ କରାଯାଇଥିବା ସମୟରେ ଦେଖିବାକୁ ମିଳିଥିଲା। ଏହି କାରର ଏକ୍ସଟିୟର କଥା କହିବାକୁ ଗଲେ ଏଥିରେ ବୋଲ୍ଡ ଗ୍ରିଲ, ସ୍ପେ୍‍ଲଟ ହେଡଲ୍ୟାମ୍ପ ଡାୟମଣ୍ଡ କଟ ଅଲୟ ହ୍ୱିଲ୍ସ, ରୁଫ ରେଲ୍ସ, ଏଲଇଡି ଟେଲ ଲେମ୍ପସ୍‍, ରିୟର ସ୍ପାୟଲର, ସ୍କିଡ ପ୍ଲେଟ ଆଦି ସୁବିଧା ରହିଛି। ସେହିପରି ଏହି କାରରେ ୧.୪ ଡିଜେଲ ଇଞ୍ଜିନ ଓ ଦୁଇ ପେଟ୍ରୋଲ ମୋଟର୍ସ ୧.୪ ଲିଟର ଇଞ୍ଜିନ ରହିଛି। ଟ୍ରାନ୍ସମିସନ ପାଇଁ ମାନୁଆଲ ଓ ଅଟୋମେଟିକ ସୁବିଧା ଦିଆଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories