www.samajalive.in
Saturday, December 13, 2025
23.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ହୁଣ୍ଡାଇର ‘ସେଣ୍ଟ୍ରୋ’

ନୂଆଦିଲ୍ଲୀ : ଅଟୋମୋବାଇଲ କମ୍ପାନୀ ହୁଣ୍ଡାଇ ନିଜର ନୂଆ ମଡେଲ ସେଣ୍ଟ୍ରୋ ଦିଲ୍ଲୀରେ ବଜାର ପ୍ରବେଶ କରାଇଛି। ପୂରୁଣା ସେଣ୍ଟ୍ରୋକୁ ନଜର ରଖି ଗ୍ରାହକ ମାନଙ୍କୁ କମ୍ପାନୀ ନୂତନ ସେଣ୍ଟ୍ରୋରେ ସମସ୍ତ ସୁବିଧା ଦେବାକୁ ଚେଷ୍ଟା କରିଛି। ହୁଣ୍ଡାଇର ବ୍ରାଣ୍ଡ ଆମ୍ବାସଡର ବଲିଉଡ ଅଭିନେତା ଶାହାରୁଖ ଖାନ ଏହାର ଉନ୍ମୋଚନ କରିଛନ୍ତି। ଏହି ଉପଲକ୍ଷେ ଶାହାରୁଖ କହିଛନ୍ତି ମୋର ଚାରୋଟି ଛୁଆ। ଜଣଙ୍କୁ ୨୨ବର୍ଷ, ଆଉ ଜଣଙ୍କୁ ୧୯ବର୍ଷ, ଅନ୍ୟ ଜଣଙ୍କୁ ୬ବର୍ଷ ଓ ଶେଷରେ ଜଣଙ୍କୁ ୨୦ବର୍ଷ ହୋଇଥିବା ସେ କହିଛନ୍ତି। ଶେଷରେ ୨୦ବର୍ଷ ହୋଇଥିବା ଛୁଆର ନାମ ହୁଣ୍ଡାଇ ସେଣ୍ଟ୍ରୋ। ସେଣ୍ଟ୍ରୋକୁ ଭାରତରେ ୧୯୯୮ରେ ବଜାର ପ୍ରବେଶ କରିଥିଲା। ୨୦ବର୍ଷ ଧରି ଭାରତରେ ଲଞ୍ଚ ହୋଇଥିବା ହୁଣ୍ଡାଇ ସେଣ୍ଟ୍ରୋ ଭାରତରେ ଭଲ ବ୍ୟବସାୟ କରୁଥିବା କମ୍ପାନୀ କହିଛି। ହୁଣ୍ଡାଇର ଉପ ସଭାପତି ବିକାଶ ଜୈନଙ୍କ କହିବା ଅନୁସାରେ ବର୍ତ୍ତମାନ ସୁଦ୍ଧା ଲୋକମାନେ ୨୩୦୦୦ରୁ ଊର୍ଦ୍ଧ୍ବ କାର ବୁକିଂ କରିସାରିଛନ୍ତି। ଲୋକମାନଙ୍କର କମ୍ପାନୀ ଉପରେ ସମ୍ପୁର୍ଣ୍ଣ ଭରସା ରହିଥିବା ସେ କହିଛନ୍ତି। ଅଗ୍ନି ସଂଯୋଗ ପାଇଁ କମ୍ପାନୀ ଅତ୍ୟାଧୁନିକ ସୁବିଧା ପ୍ରଦାନ କରିଥିବା ଜଣାପଡିଛି। ଏହି କାର ଏକ ଲିଟର ତେଲରେ ୨୦ ରୁ ୩୦ କିମି ଯାଉଥିବା କମ୍ପାନୀ କହିଛି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories