କଳାପଥର: ବାଙ୍କୀ ଉପଖଣ୍ଡ ବୈଦେଶ୍ଵର ଥାନା ଅନ୍ତର୍ଗତ କଳାପଥର ଧଳାପଥର ଉଚ୍ଚ ବାଳକ ବିଦ୍ୟାଳୟ ହତାରୁ ନର କଙ୍କାଳ ମିଳିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ହତା ମଧ୍ୟରେ ଥିବା ପାଚେରି ପାର୍ଶ୍ବରେ ବରଗଛ ପାଖରୁ ଏହା ଠାବ ହୋଇଛି। ସ୍ଥାନୀୟ କିଛି ଲୋକ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ବୈଦେଶ୍ୱର ପୁଲିସ ସମେତ ବାଙ୍କୀ ଉପଖଣ୍ଡ ପୁଲିସ ଅଧିକାରୀ ବାଳକୃଷ୍ଣ କହଁର ଏବଂ ବାଙ୍କୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଭୂଇଁଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ତେବେ ନର କଙ୍କାଳଟି ବିଦ୍ୟାଳୟରେ ଅଧ୍ୟୟନ ପାଇଁ ବ୍ୟବହାର କରାଯାଉଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ରଣା ସଫେଇ ଦେଇ କହିଛନ୍ତି, ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉଦ୍ଦେଶ୍ୟରେ ରହିଥିଲ। ସ୍କୁଲ ସଫାସୁତରା ସମୟରେ ଶ୍ରମିକମାନେ ଏହାକୁ ଫୋପାଡ଼ି ଦେଇଥିଲେ। ଏହା କୌଣସି ବ୍ୟକ୍ତିଙ୍କ ନର କଙ୍କାଳ ନୁହେଁ। ଏହା ନକଲି।
ତେବେ ଏଭଳି ବେପରୁଆ କାର୍ଯ୍ୟ ପାଇଁ ଜନ ସାଧାରଣ ପ୍ରଭାବିତ ହେଉଥିବାରୁ ଆଗକୁ ଏ ଭୁଲ ଯେପରି ନ ହୁଏ ସେଥିଲାଗି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଉପଖଣ୍ଡ ପୁଲିସ ଅଧିକାରୀ ଏବଂ ବାଙ୍କୀ ଆଇଆଇସି ଦିଲ୍ଲୀପ ଭୂୟାଁ ତାଗିଦ କରିଥିବା ଜଣାପଡ଼ିଛି।



