ଶୀତରେ ମୋଟା କମ୍ବଳର ଉଷୁମ ସମସ୍ତେ ଖୋଜନ୍ତି। ଏହି ମୋଟା କମ୍ବଳ ଘୋଡ଼େଇହେବାକୁ ଆରାମ ଲାଗେ, କିନ୍ତୁ ସଫା କରିବା କାଠିକର। ବେଳେବେଳେ ଏସବୁରୁ ଦୁର୍ଗନ୍ଧ ମଧ୍ୟ ବାହାରେ। କମ୍ବଳ, ରେଜେଇ ଆଦି ପଶମ ଘୋଡ଼େଇହେବାକୁ ସଫା କରିବାର କେତୋଟି ଉପାୟ ଜାଣନ୍ତୁ।
u ସପ୍ତାହରେ ୨-୩ଥର କମ୍ବଳକୁ ଖରାରେ ଶୁଖାଇଲେ ସେଥିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୁଏ।
u କମ୍ବଳ ରଖୁଥିବା ଥାକରେ ୪-୫ଟି ଗନ୍ଧକର୍ପୂର ରଖନ୍ତୁ। ସେଥିରୁ ଦୁର୍ଗନ୍ଧ ବାହାରିବ ନାହିଁ।
u ଆପଣଙ୍କ ପ୍ରିୟ ଅତରକୁ ମଧ୍ୟ କମ୍ବଳରେ ପକାଇ ପାରନ୍ତି।
u ପ୍ରତିଥର ଶୀତରେ ଶେଷ ହେବା ପରେ କମ୍ବଳକୁ ଭଲରେ ସଫା କରି ରଖନ୍ତୁ। ଯଦି ଆପଣ ସେମିତି ବ୍ୟବହାର ହୋଇଥିବା କମ୍ବଳକୁ ରଖିବେ, ସେଥିରୁ ଦୁର୍ଗନ୍ଧ ବାହାରିବା ସହ ନଷ୍ଟ ମଧ୍ୟ ଶୀଘ୍ର ହୋଇଯିବ।



