www.samajalive.in
Monday, December 8, 2025
24.1 C
Bhubaneswar

କେମିତି ଖେଳିଲେ ଭାରତ ଜିତିପାରିବ ଟି-୨୦ ବିଶ୍ୱକପ ? ଖେଳାଳିଙ୍କ ଏହି ମାନସିକତା ଉପରେ ଗୁରୁତ୍ୱ ଦେଲେ ହରଭଜନ ସିଂହ

ସମାଜ ଡିଜିଟାଲ ଡେସ୍କ: ଟି-୨୦ କ୍ରିକେଟ ବିଶ୍ୱକପ୍‌‌ର ଚଳିତ ସିଜନ ଜାରି ରହିଛି। ଏଥର କିଛି ନୂଆ ଦଳ ଟୁର୍ନାମେଣ୍ଟରେ ସାମିଲ ହୋଇଛନ୍ତି। ତେବେ ଭାରତୀୟ ଦଳ ନିକଟରେ ଏଥର ବି ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିବାର ସୁଯୋଗ ରହିଛି। ଗତବର୍ଷ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ହେଁ ଟାଇଟଲ ବିଜୟୀ ହୋଇପାରି ନ ଥିଲା। ଏବେ ଟି-୨୦ରେ ୨ୟ ବିଶ୍ୱକପ ଟାଇଟଲ ହାତେଇବାର ସୁଯୋଗ ଭାରତ ପାଖରେ ରହିଛି। କିନ୍ତୁ କିପରି ଖେଳିଲେ ଦଳ ଏହି ଟାଇଟଲ ହାତେଇବ ? କାରଣ ଗୁରୁତ୍ୱପୂର୍ଣ୍ଣ ସମୟରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି, ଯେଉଁଥିପାଇଁ ଶେଷ ମୁହୂର୍ତ୍ତରେ ଦଳକୁ ହାର୍‌‌ ମାନିବାକୁ ପଡ଼ୁଛି। ଏଭଳି ସ୍ଥିତିରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା ସ୍ପିନର ହରଭଜନ ସିଂହ। ଏଥର ଟାଇଟଲ ଜିତିବା ପାଇଁ ଦଳ କିପରି ମନୋଭାବ ନେଇ ଖେଳିବା ଜରୁରୀ ସେ ବିଷୟରେ କହିଛନ୍ତି ହରଭଜନ।

ହରଭଜନଙ୍କ ମତରେ, ଭାରତୀୟ ଦଳର ମାନସିକତା ସର୍ବଦା ‘ଆମେ’ ରହିବା ଉଚିତ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌‌ ଏହି ଟୁର୍ନାମେଣ୍ଟରେ ଭାଗ ନେଇଛି। କେବଳ ରୋହିତ ଖେଳୁନାହାନ୍ତି। ଆମେ ସମସ୍ତେ ଖେଳୁଛୁ। ଯଦି ସମସ୍ତ ଖେଳାଳି ଏକତ୍ର ହୋଇ ଆମେ ଖେଳୁଛୁ ବୋଲି ଭାବି ପଡ଼ିଆକୁ ଓହ୍ଲାଇବେ ତା’ହେଲେ ଦଳ ଟାଇଟଲ ହାସଲ କରିପାରିବ। ଟିମ୍‌‌ର ସଫଳତା ସବୁବେଳେ ଗଠନମୂଳକ ହୋଇଥାଏ। କୌଣସି ଜଣେ ଖେଳାଳିଙ୍କ ପ୍ରଦର୍ଶନରେ ଟିମ ସଫଳ ହୋଇ ନ ଥାଏ। କିନ୍ତୁ ଆମେ ଅନେକ ସମୟରେ ନିଜର ବ୍ୟକ୍ତିଗତ ଲକ୍ଷ୍ୟ ଉପରେ ମନୋନିବେଶ କରୁଛୁ, ଯେଉଁଥିପାଇଁ ସହଜ ଜିନିଷଟି ବି କଷ୍ଟକର ହୋଇପଡ଼ୁଛି। ତେଣୁ ସମସ୍ତେ ନିଜର ମାନସିକତାକୁ ମୁଁ ବଦଳରେ ‘ଆମେ’ କରିପାରିଲେ ଟାଇଟଲ ଜିତିବା ସହଜ ହେବ ବୋଲି ହରଭଜନ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories