www.samajalive.in
Monday, December 8, 2025
27.1 C
Bhubaneswar

ମେଧା ପାଟେକର୍‌ଙ୍କ ଦଣ୍ଡାଦେଶ ଜୁଲାଇ ୧କୁ ସ୍ଥଗିତ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଅଦାଲତ ବିଶିଷ୍ଟ ସମାଜସେବୀ ମେଧା ପାଟେକର୍‌ଙ୍କ ବିରୋଧରେ ଆଗତ ମାନହାନି ମୋକଦ୍ଦମାର ଶୁଣାଣି ଶେଷ କରିଥିବାବେଳେ ଦଣ୍ଡାଦେଶକୁ ଜୁଲାଇ ୧କୁ ସ୍ଥଗିତ ରଖିଛନ୍ତି। ଯଦି ମେଧା ଦୋଷୀସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ସର୍ବାଧିକ ଦୁଇବର୍ଷ କାରାଦଣ୍ଡାଦେଶ କିମ୍ବା ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇପାରେ। ‘ନର୍ମଦା ବଚାଓ ଆନ୍ଦୋଳନ’ର ନେତୃତ୍ବ ନେଉଥିବା ମେଧା ଏବଂ ଭି.କେ.ସାକ୍ସେନା (ବର୍ତ୍ତମାନ ଦିଲ୍ଲୀର ଉପରାଜ୍ୟପାଳ)ଙ୍କ ମଧ୍ୟରେ ୨୦୦୦ ମସିହାରୁ ଆଇନଗତ ଲଢେଇ ଜାରି ରହିଛି। ସାକ୍ସେନା ସେତେବେଳେ ଅହମ୍ମଦାବାଦସ୍ଥିତ ‘କାଉନସିଲ ଫର୍‌ ସିଭିଲ ଲିବର୍ଟିଜ୍‌’ ନାମକ ସ୍ବେଚ୍ଛାସେବୀ ସଂଗଠନର ମୁଖ୍ୟଭାବେ କାର୍ଯ୍ୟ କରୁଥିଲେ। ସାକ୍ସେନା ପ୍ରଥମେ ମେଧାଙ୍କ ବିରୋଧରେ ବିଜ୍ଞାପନ ପ୍ରକାଶନ କରିବାରୁ ମେଧା ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଅପରପକ୍ଷରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ସାକ୍ସେନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଫଳରେ ସାକ୍ସେନା ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories