www.samajalive.in
Sunday, December 7, 2025
16.1 C
Bhubaneswar

ଚାକିରିଆଙ୍କ ଠୁ କମ୍ ନୁହଁନ୍ତି ଗୃହିଣୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦରମାପ୍ରାପ୍ତ ବା ଚାକିରିଆ ସଦସ୍ୟଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ ଗୃହିଣୀଙ୍କ ଭୁମିକା। ଏକ ଗାଡି ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲାର ଶୁଣାଣି କରି  ସୁପ୍ରିମକୋର୍ଟ ଗୃହିଣୀଙ୍କ ସମ୍ପର୍କରେ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। କହିଛନ୍ତି ଯେ ପରିବାରର ଯତ୍ନ ନେବାରେ ଗୃହିଣୀଙ୍କ ଭୂମିକା ଏବଂ ଗୁରୁତ୍ବ ଟଙ୍କାରେ ଗରନା କରିବା ସମ୍ଭବ ନୁହେଁ। ଯଦି ତାଙ୍କର କାର୍ଯ୍ୟକୁ ଗୋଟି ଗୋଟି କରି ହିସାବ କରାଯାଏ , ତେବେ ଏହା ନିଃସନ୍ଦେହ ଯେ ଏହା ଖୁବ୍ ଉଚ୍ଚଏବଂ ଦୁର୍ମୂର୍ଲ୍ୟ । ତେଣୁ ନିର୍ଦ୍ଧିଷ୍ଟ ପରିମାଣର ଆୟ କରୁଥିବା ଜଣେ ପରିବାର ସଦସ୍ୟଙ୍କ ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ , ଗୃହିଣୀଙ୍କ ଭୂମିକା ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ । ସୂଚନା ଅନୁସାରେ ଉତ୍ତରାଖଣ୍ଡରେ ୨୦୦୬ରେ ଜଣେ ମହିଳାଙ୍କର କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତେବେ କାରର ଇନସ୍ୟୁରାନ୍ସ ନଥିବାରୁ ଏହାର ମାଲିକ ମହିଳାଙ୍କ ସ୍ବାମୀ ଏବଂ ନାବାଳକ ପୁଅ ସମେତ ପରିବାରକୁ କ୍ଷତିପୂରଣ ଦେବାର ଥିଲା। ସେତେବେଳେ ଏକ ମୋଟର ଆକ୍ସିଡେଣ୍ଟ ଟ୍ରିବ୍ୟୁନାଲ କ୍ଷତିପୂରଣ ରାଶିକୁ ଅଢେଇ ଲକ୍ଷ ଟଙ୍କା ବୋଲି ଧାର୍ଯ୍ୟ କରିଥିଲେ। ତେବେ ଏଥିରେ ଅସନ୍ତୁଷ୍ଟ ହୋଇ ମହିଳାଙ୍କ ପରିବାର ଲୋକ ଉତ୍ତରାଖଣ୍ଡ ହାଇକୋର୍ଟରେ ଅଧିକ କ୍ଷତିପୂରଣ ପାଇଁ ଅପିଲ କରିଥିଲେ। ହେଲେ ମହିଳା ଜଣକ ଗୃହିଣୀ ହୋଇଥିବାରୁ ତାଙ୍କର ସର୍ବନିମ୍ନ ଜାତୀୟ ଆଧାରରେ ଆବେଦନକୁ ୨୦୧୭ରେ ଖାରଜ କରିଦେଇଥିଲେ ହାଇକୋର୍ଟ। ଏବଂ ଏହାପରେ ମହିଳାଙ୍କ ପରିବାର ଲୋକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଥିରେ କ୍ଷତିପୂରଣ ରାଶିକୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ଏବଂ ଏହାକୁ ୬ ସପ୍ତାହ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories