www.samajalive.in
Saturday, December 6, 2025
16.1 C
Bhubaneswar

କୋଭିଡ ନିୟମ ଉଲ୍ଲଂଘନ: ରାଜପୁତ ହୋଟେଲ ୨ ଦିନ ପାଇଁ ବନ୍ଦ, ୧୪ ହଜାର ଟଙ୍କା ଜରିମାନା

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରସୋରରେ ଉଦ୍ୟମ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ଛକ ନିକଟରେ ରହିଥିବା ରାଜପୁତ ହୋଟେଲ( ଢ଼ାବା) କୋଭିଡ ନିୟମକୁ ପାଳନ କରୁ ନ ଥିବା ଖବର ପାଇ ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଓ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ଅଚାନକ ହୋଟେଲ ପରିଦର୍ଶନ କରିଥିଲେ। ହୋଟେଲର ୭ ଜଣ କର୍ମଚାରୀ ମାସ୍କ ପରିଧାନ କରି ନ ଥିବା ଦେଖିବାକୁ ପାଇଥିଲେ। ଏଣୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜପୁତ ହୋଟେଲକୁ ୪୮ ଘଣ୍ଟା ପାଇଁ ସିଲ କରିବା ସହିତ ସମ୍ମୁଖରେ ନୋଟିସ ମାରିଥିଲେ । ୭ ଜଣ କର୍ମଚାରୀ ମାସ୍କ ପରିଧାନ କରି ନଥିବା ଯୋଗୁ ମାଲିକଙ୍କଠାରୁ ୧୪ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories