www.samajalive.in
Saturday, December 6, 2025
26.1 C
Bhubaneswar

ଶୀତଦିନେ ଗରମ ପାଣି, ଉପକାରୀ ନା ଅପକାରୀ ?

ଶୀତଦିନେ ସାଧାରଣତଃ ଗରମ ପାଣିର ବ୍ୟବହାର କରିବାକୁ ଭଲଲାଗେ। କିଛି ଲୋକ ତ ଏହିଦିନେ ଗରମ ପାଣିର ବହୁଳ ବ୍ୟବହାର କରିଥାଆନ୍ତି। ଏପରିକି ସେମାନେ ଗରମ ପାଣିର ଅଭ୍ୟସ୍ତ ହୋଇପଡ଼ନ୍ତି। କିନ୍ତୁ ହୁଏତ ଖୁବ୍‍ କମ୍‍ ଲୋକ ଜାଣିଥିବେ ଯେ, ଶରୀର ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥଣ୍ଡା ଦିନରେ ଅଧିକ ସମୟ ପର୍ୟ୍ୟନ୍ତ ଗରମ ପାଣିରେ ଗାଧୋଇବା ଅନୁଚିତ । ଏହି ଅଭ୍ୟାସ ଶାରୀରିକ ଓ ମାନସିକ ସ୍ତରରେ ଅନେକ କ୍ଷତି କରିଥାଏ । ଆସନ୍ତୁ ଜାଣିବା ଗରମ ପାଣି ଦ୍ୱାରା ଆମ ଶରୀରର କଣ କ୍ଷତି ଘଟିଥାଏ –

-ବାସ୍ତବରେ ଗରମ ପାଣି ଚର୍ମରେ ଥିବା କେରାଟିନକୁ ପ୍ରଭାବିତ କରିଥାଏ । ଯଦ୍ୱାରା ଚର୍ମରେ କୁଞ୍ଚନ, ଶୁଷ୍କ ଓ ଘା ସମସ୍ୟା ଦେଖାଦେଇଥାଏ।
-ଶୀତଦିନେ ଆମକୁ କମ ଶୋଷ ଲାଗିଥାଏ । ଏହାର ଅର୍ଥ ନୁହେଁ ଯେ ଆମେ ପ୍ରଚୁର ପାଣି ପିଇବାରେ ଅବହେଳା କରିବା । ସାଧାରଣତଃ ପରିସ୍ରା ଓ ଝାଳ ଆକାରରେ ଜଳ ଶରୀରରୁ ନିଷ୍କାସିତ ହୋଇଥାଏ । କମ ଜଳ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେଟିଂ ହୋଇ କିଡନୀ ଓ ହଜମ କ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ।
-ପାଣି ପାଇପଗୁଡ଼ିକ ପୁରୁଣା, କଳଙ୍କିତ, ମଇଳା ଅବସ୍ଥାରେ ରହିଥାଏ । ସେଥିରେ ଆସୁଥିବା ପାଣିରେ ଜୀବାଣୁ ଭରି ରହିଥାଆନ୍ତି । ଗରମ ପାଣିକୁ ଟ୍ୟାପରୁ ସିଧାସଳଖ ଆଣି ବ୍ୟବହାର କରିବା ଅନୁଚିତ । ଏକ ପାତ୍ରରେ ପ୍ରଥମେ ପାଣିକୁ ଗରମ କରି ପରେ ବ୍ୟବହାର କରିବା ଠିକ ହେବ।
-ଅନେକ ସମୟରେ ଗରମ ପାଣି ଦ୍ୱାରା ପାଟିରେ ଫୁଲା ସୃଷ୍ଟି ହୋଇଥାଏ । ଏପରି କ୍ଷେତ୍ରରେ ଏହା ହଜମ ପ୍ରକ୍ରିୟାର ଆବରଣକୁ ନଷ୍ଟ କରିଦେଇପାରେ । ଗରମ ପାଣି ଶରୀରର ଭିତର ଅଂଶକୁ ପ୍ରଭାବିତ କରିପାରେ, କାରଣ ପାଣିର ତାପମାତ୍ରା ଶରୀରର ତାପମାତ୍ରା ଠାରୁ ଅଧିକ ରହିଥାଏ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories