BJD Bijuli 480×75 Mob

ବୁଧବାର ରାଶିଫଳ (୧ ନଭେମ୍ବର ୨୦୨୩)

BJD Bijuli 480×75 Mob

ମେଷ: ସ୍ବାଭିମାନୀ ହେବେ। କର୍ମ ପରାୟଣ ହୋଇପାରନ୍ତି। ସମ୍ମାନିତ ହେବେ। ଉଚ୍ଚାସନ ମିଳିପାରେ। ନୀରୋଗ ଶରୀରସମ୍ପନ୍ନ ହେବେ। ପ୍ରଜ୍ଞାଶୀଳ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହେବ। ତ୍ୟାଗଶୀଳ ହେବେ।
ବୃଷ: ମିତବ୍ୟୟୀ ହୋଇପାରନ୍ତି। ରାଜନୀତିଜ୍ଞ ହେବା ସହିତ କୂଟନୀତି ବିଶାରଦ ହୋଇପାରନ୍ତି। କଠିନ ପରିଶ୍ରମୀ ହେବେ। ଆୟ ଊଣା ହେବ ନାହିଁ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ବାଦୁ ଖାଦ୍ୟ ମିଳିବ।
ମିଥୁନ: ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ପରାକ୍ରମୀ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟିବ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭପ୍ରଦ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସୁସ୍ଥ ରହିବେ।
କର୍କଟ: ରୋଗହୀନ ସୁସ୍ଥ ଓ କୋମଳ ଶରୀରସମ୍ପନ୍ନ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଜ୍ଞାନ ପିପାସୁ ହେବେ। ବିଭିନ୍ନ ସୂତ୍ରରୁ ଧନ ଅର୍ଜନ ହୋଇପାରେ।
ସିଂହ: ରାଜତୁଲ୍ୟ ଧନବାନ୍‌ ହୋଇପାରନ୍ତି। ପବିତ୍ର ହୃଦୟବାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ମହିଳା ଗୋଷ୍ଠୀର ପ୍ରିୟପାତ୍ର ହେବେ। ପ୍ରସନ୍ନ ଚିତ୍ତସମ୍ପନ୍ନ ହୋଇପାରନ୍ତି। ଆର୍ଥିକ ସ୍ଥିତି ଉନ୍ନତମାନର ହେବ।
କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ନୀରୋଗ ଓ ସୁନ୍ଦର ଶରୀରସମ୍ପନ୍ନ ହୋଇପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସେବା ପରାୟଣ ହେବେ। ଜ୍ଞାନୀ ଓ ଗୁଣଜ୍ଞ ହେବେ।
ତୁଳା: ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ସୁନ୍ଦର ଦେହୀ ଓ କଳାକୁଶଳୀ ହୋଇପାରନ୍ତି। ଦୈବୀ ଶକ୍ତିସମ୍ପନ୍ନ ହେବେ। ବାକ୍‌ ଚତୁର ହୋଇପାରନ୍ତି। ପତ୍ନୀଙ୍କ ଉପଦେଶ ଶିରୋଧାର୍ଯ୍ୟ କରିପାରନ୍ତି; ମାତ୍ର ସତର୍କରେ ଚଳିବେ।
ବିଛା: ଆଜି ଦିନ ଭିତରେ ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ କରିପାରନ୍ତି। ସୁମିଷ୍ଟ ଭୋଜନ କରିପାରନ୍ତି। ସମାଜସେବୀଭାବେ ସମ୍ମାନିତ ହେବେ।
ଧନୁ: ଭ୍ରାତୃ ସ୍ନେହୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଧନୀ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଆତ୍ମଜ୍ଞାନ ଶକ୍ତିସମ୍ପନ୍ନ ହେବେ। ସର୍ବଦା ପ୍ରଯତ୍ନଶୀଳ ହେବେ।
ମକର: ନୀରୋଗ ଶରୀରସମ୍ପନ୍ନ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ବିଭିନ୍ନ ସୂତ୍ରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ହେବ। ଧୃତ ଓ ଚତୁର ହେବେ। ଅର୍ଥ ଶାସ୍ତ୍ରବିତ୍‌ ହେବେ।
କୁମ୍ଭ: ଧନବାନ୍‌ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ରାଜନୀତିଜ୍ଞ ଓ ସମାଲୋଚକ ହୋଇପାରନ୍ତି। ଶତ୍ରୁ ବିନାଶର କଳା, କୌଶଳ ସମ୍ପନ୍ନ ହେବେ। ପରିଶ୍ରମ କଷ୍ଟଦାୟକ ହେଲେବି ତା’ର ମୂଲ୍ୟ ମିଳିବ।
ମୀନ: ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ହେବେ। ସରକାରୀ କାର୍ଯ୍ୟରେ ଥାଇ ବି ଜନ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ପତ୍ନୀ ଉତ୍ତମା ଓ ଗୁଣବତୀ ହେବେ।

Comments are closed.