କେମିତି କଟିବ ଆଜି – ବୁଧବାର ରାଶିଫଳ

ମେଷ: ନିଜ ବଳାର୍ଜିତ ଧନରେ ଧନୀ ହେବାର ହେବାର ସମୟ ଉପସ୍ଥିତ। ଚତୁଷ୍ପଦ ପ୍ରାଣୀ ସୁଖଦାୟକ ହୋଇପାରନ୍ତି। ଅନ୍ନପାନାଦି ସୁଖଦାୟକ ହେବ। ସତ୍ୟ ପରାୟଣ ହେବେ। ନୂତନ ଯାନବାହନଯୁକ୍ତ ହୋଇପାରନ୍ତି।
ବୃଷ: ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି। ଆପଣଙ୍କ ଲେଖା ବା ରଚନା ଆଧୁନିକ ରୁଚିସମ୍ପନ୍ନ ହେବ। ବ୍ରହ୍ମ ଉପାସକମାନଙ୍କର ହିତାକାଂକ୍ଷୀ ହେବେ। ଧର୍ମଧ୍ଵଜାଧାରୀ ହୋଇପାରନ୍ତି। କର୍ମଚଞ୍ଚଳ ହେବେ।
ମିଥୁନ: ପତ୍ନୀଙ୍କଠାରୁ ଧନ ପ୍ରାପ୍ତ ହୋଇପାରନ୍ତି। ରୌପ୍ୟ, ସୁବର୍ଣ୍ଣାଦି ଧାତୁ ଦ୍ରବ୍ୟ ବ୍ୟବସାୟ ଲା ଲାଭଜନକ ହେବ। ଘୋଡ଼ା ଦୌଡ଼ ପ୍ରତିଯୋଗିତାରେ ଧନ ଲାଭ ହୋଇପାରେ। ସାଧୁ ସେବା ବିତ୍ତ ବର୍ଦ୍ଧନର କାରଣ ହେବ।
କର୍କଟ: ମେଧାବୀ ହୋଇପାରନ୍ତି। କ୍ଷିପ୍ର ଗତିସମ୍ପନ୍ନ ହେବେ। ସୁକର୍ମା ହେବାର ସୂଚନା ମିଳୁଛି। ଗୁପ୍ତ ଧନ ପ୍ରାପ୍ତ ହୋଇପାରନ୍ତି। ଦୁଃସାହସୀ ଓ ଶତ୍ରୁଘାତୀ ହେବେ। ପଞ୍ଚ ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ।
ସିଂହ: ଜନ କଲ୍ୟାଣ ପାଇଁ ମହା ବ୍ୟୟର ସମ୍ମୁଖୀନ ହେଲେ ବି କୁଣ୍ଠା ପ୍ରକାଶ କରିବେ ନାହିଁ। ଚୋର, ପାପୀ ଓ ଅସାମାଜିକ ବ୍ୟକ୍ତିଙ୍କୁ ସାମାଜିକ ବନ୍ଧନରେ ଅନୁବନ୍ଧିତ କରିବେ। ଅଧୂକ ବ୍ୟୟର ସମ୍ମୁଖୀନ ହେବେ।
କନ୍ୟା: ବହୁ ଉପାୟ ଅବଲମ୍ବନ କରି ଧନ ଆହରଣ କରିପାରନ୍ତି। ଶାସ୍ତ୍ରର ମର୍ମରେ ପ୍ରବେଶ କରିବା ପାଇଁ ଚିନ୍ତାଶୀଳ ହେବେ। ବିନୟ ସ୍ୱଭାବ ସମ୍ପନ୍ନ ହେବେ। ସାଧୁ ନୀତି ପାଳନ ଆପଣଙ୍କ ଧେୟ ହେବ।
ତୁଳା: ବାଣିଜ୍ୟ କାରବାର ଉତ୍ତମ ମାନର ହେବା ଆଶା କରାଯାଏ। ଜଣେ ଧର୍ମାତ୍ମା ବ୍ୟକ୍ତି ଭାବେ ସବୁବର୍ଗ ଲୋକଙ୍କର ନମସ୍ୟ ହୋଇପାରନ୍ତି। ସୁଜନ ବ୍ୟକ୍ତିତ୍ଵର ପରିଚାୟକ ହେବେ। ପରୋପକାର କରିପାରନ୍ତି।
ବିଛା: ପାଷାଣ୍ଡମାନଙ୍କ ଦମନକାରୀ ହୋଇପାରନ୍ତି। ଧର୍ମଧ୍ଵଜାଧାରୀ ହେବେ। ଈଶ୍ୱରୀୟ ଭକ୍ତିରେ ଶକ୍ତି ସମ୍ପନ୍ନ ହେବେ। ପୋଷଣ କର୍ମରେ ବ୍ରତୀ ହେବେ। ସେବା ଓ ପରୋପକାର ଲାଗି ନିଜକୁ ସମର୍ପିତ କରିବେ।
ଧନୁ: ହାତ-ହତିଆର ଓ ଧାରୁଆ ଅସ୍ତ୍ରଶସ୍ତ୍ର ପରିଚାଳନାରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସିଙ୍ଘ ଥିବା ପ୍ରାଣୀଙ୍କଠାରୁ ଦୂରତ ରକ୍ଷା କରିବାକୁ ପଡ଼ିବ। ପରର ମଙ୍ଗଳ କାମନାରେ ଯୋଡ଼ହସ୍ତ ହେବେ।
ମକର: ଗୃହ ପରିଚାଳନାରେ ପତ୍ନୀଙ୍କ ପ୍ରାଧାନ୍ୟ ସ୍ଵୀକାର କରିବାକୁ ପଡ଼ିବ। ପରାନୁରକ୍ତ ଅବସ୍ଥାରୁ ନିଜକୁ ମୁକ୍ତ ରଖିବେ। କର୍ମ କ୍ଷେତ୍ରରେ ସାଲିସ ବିହୀନ ସମର ଚଳାଇ ଦାମ୍ଭିକ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ।
କୁମ୍ଭ: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାର ପାରନ୍ତି। ଆପଣଙ୍କଠାରୁ ଦାନ ଗ୍ରହଣ କରିଥିବା ବ୍ୟକ୍ତି ଶତ୍ରୁତା ଆଚରଣ କରିପାରେ। ଜଳାଶୟ ଓ ଭୂମି ବିବାଦର ସୁସମାଧାନ ହୋଇପାରେ।
ମୀନ: ଧର୍ମ କାର୍ଯ୍ୟରେ ଧନ ବ୍ୟୟ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ଦିବ୍ୟ ଚେତନା ପ୍ରାପ୍ତ ହେବେ। କାମ ଅପେକ୍ଷା କଥା ଅଧିକ ହୋଇପାରେ। ଭୋଗୀ ଓ ବିଳାସୀ ହୋଇପାରନ୍ତି। ଭୋଗ ଭିତରେ ତ୍ୟାଗ ରହିଛି।

Comments are closed.