www.samajalive.in
Sunday, December 14, 2025
18.1 C
Bhubaneswar

ମଙ୍ଗଳବାର ରାଶିଫଳ (୦୫/୦୭/୨୦୨୨)

ମେଷ : କାର୍ଯ୍ୟରେ ବିଳମ୍ବ ଘଟିଲେ ବି ପରିଶ୍ରମର ମୂଲ୍ୟ ମିଳିବ। ପରଧନରେ ଧନୀ ହୋଇପାରନ୍ତି। ମହିଳା ଗୋଷ୍ଠୀର ନେତୃତ୍ବ ନେଇ କାର୍ଯ୍ୟ କରିବେ। ରଜତ ଧନରେ ଧନଶାଳୀ ହେବେ। ରସିକ ଓ ବାଚାଳ ହେବେ।

ବୃଷ : ଧର୍ମଧ୍ବଜାଧାରୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ ଓ ଚଞ୍ଚଳ ଚେଷ୍ଟିତ ହେବେ। ଯାନବାହନ ସୁଖ ମିଳିବ। ଧନାଗମ ହେବ।

ମିଥୁନ : ସ୍ବର୍ଣ୍ଣାଦି ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ନବବସ୍ତ୍ର ପରିଧାନ କରିପାରନ୍ତି। ରାଜପ୍ରସାଦ ହେତୁକ ସମସ୍ତ ସୁଖ ଓ ଐଶ୍ବର୍ଯ୍ୟ ଭୋଗ କରିବେ। ବ୍ୟବସାୟରୁ ବହୁ ଲାଭ ମିଳିବ।

କର୍କଟ : ନୃତ୍ୟ-ସଙ୍ଗୀତ ପ୍ରିୟ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ଧର୍ମମାର୍ଗରେ ମନୋନିବେଶ କରିବେ। ରାଜତୁଲ୍ୟ ଉଚ୍ଚାସନଯୁକ୍ତ ହେବେ। ପରୋପକାରୀ ହେବେ। ବିବିଧ ଧନଯୁକ୍ତ ହେବେ।

ସିଂହ : ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନକାରୀ ହେବେ। ଶାରୀରିକ ଶକ୍ତିସମ୍ପନ୍ନ ଓ ନିରୋଗ ରହିବେ। ସୁସ୍ଥ ରହିବେ। ଜୀବନର ପ୍ରମୁଖ ଆଧାର, ରୁଚିପୂର୍ଣ୍ଣ ଆହର ମିଳିବ।

କନ୍ୟା : ସାଧନାରେ ସିଦ୍ଧିପ୍ରାପ୍ତ ପାଇଁ ନିରୋଳା ସ୍ଥାନକୁ ଆଦରି ନେଇପାରନ୍ତି। ଚକ୍ଷୁରେ ସାମାନ୍ୟ ଓ ସାମୟିକ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମିତ୍ରମାନେ ଶତ୍ରୁତା ଆଚରଣ କରିପାରନ୍ତି। ଅତିଥି ସତ୍କାର ବ୍ୟୟବହୁଳ ହୋଇପାରେ।

ତୁଳା : ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଭୋଗବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ସରକାରୀ ସ୍ତରରୁ ଧନ ଓ ସମ୍ମାନ ମିଳିବ।

ବିଛା : ବିଭାଗୀୟ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନ ମିଳିବ। ଉତ୍ତମ ଗୁଣର ଅଧିକାରୀ ଓ ସୁଖୀ ହେବେ।

ଧନୁ : ଧନବାନ୍‌ ହେବେ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଦର୍ଶନୀୟ ହୋଇପାରନ୍ତି। ଭୋଗୀ ହେବେ। ତେଜୀୟାନ୍‌ ହେବାର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ବହୁଦ୍ରବ୍ୟ ଲାଭର ସୁଯୋଗ ସୃଷ୍ଟି ହୋଇଛି।

ମକର : ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ମୂଲ୍ୟବାନ୍‌ ବସ୍ତ୍ର, ରତ୍ନ ଓ ଉତ୍ତମ ବାହନଯୁକ୍ତ ହେବେ। ସରକାରୀ ସ୍ତରରୁ ଧନଲାଭ ହେବେ। ଭ୍ରାତୃଭାବ ଅତୁଟ ରହିବ। ସୁଖୀ ହେବେ।

କୁମ୍ଭ : ରାଜତୁଲ୍ୟ ହେବେ। ଦେଶାଦିରେ ଆଧିପତ୍ୟ ବିସ୍ତାର କରିବେ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ବହୁ ମୁକ୍ତାର ଅଧିକାରୀ ହେବେ। ଦେବପୂଜା ନିରତ ହେବେ।

ମୀନ : ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାବିଯୁକ୍ତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ରାଜବଂଶ ପୂଜିତ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ଶତ୍ରୁ ଦମନ କରିପାରନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories