www.samajalive.in
Sunday, December 14, 2025
26.1 C
Bhubaneswar

ଗୁରୁବାର ରାଶିଫଳ (୨୯/୦୯/୨୦୨୨)

ମେଷ : ଗୁଣଜ୍ଞ ହେବେ। ନୀତିନିଷ୍ଠ ହେବେ। ବିନୀତ ସ୍ବଭାବସମ୍ପନ୍ନ ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହୋଇପାରନ୍ତି। ଚତୁର ଓ ଧନଯୁକ୍ତ ହେବେ। ପତ୍ନୀ ଧନପ୍ରିୟ ହେବେ। ସଂଗ୍ରାମୀ ହେବେ।

ବୃଷ : ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହେବ। ଯାନବାହନଯୁକ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ନବବସ୍ତ୍ର ପରିଧାନ କରିପାରନ୍ତି।

ମିଥୁନ : ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ବସ୍ତ୍ର, କାଞ୍ଚନ ଓ ଚତୁଷ୍ପଦ ପ୍ରାଣୀ ଲାଭର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ।

କର୍କଟ : ରାଜତୁଲ୍ୟ ପ୍ରଭାବଶାଳୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ। ପରୋପକାରୀ ହେବେ। ବିଭିନ୍ନ ପ୍ରକାରର ଓ ବିଭିନ୍ନ ସ୍ତରରୁ ଧନଲାଭର ସୂଚନା ମିଳୁଛି। ଶାସ୍ତ୍ରଜ୍ଞ ହୋଇପାରନ୍ତି।

ସିଂହ : ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ରାଜପ୍ରାସାଦ ସଦୃଶ ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି। ତେଜୀୟାନ୍‌ ହେବେ। ଶତ୍ରୁନାଶ, ଧନ ଭୋଗ ଓ ଐଶ୍ବର୍ଯ୍ୟ ପ୍ରାପ୍ତ ହେବେ।

କନ୍ୟା : ଶାସ୍ତ୍ରାଭ୍ୟାସୀ ହୋଇପାରନ୍ତି। ବିନୀତ ସ୍ବଭାବସମ୍ପନ୍ନ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣାଦାତା ହେବେ। କାବ୍ୟକର୍ତ୍ତା ହେବା ଆଶା କରାଯାଏ। ସରକାରୀ ମାନ୍ୟତା ମିଳିପାରେ। ଧନାଗମ ହେବ।

ତୁଳା : ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ କ୍ଷମତା ବୃଦ୍ଧି ପାଇବ। ଶକ୍ତିମାନ୍‌ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

ବିଛା : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ମଧୁର ଭାଷାରେ ଜନମନ ବଶ କରିପାରନ୍ତି। ରାଜପୂଜା ମିଳିପାରେ। ଯାନବାହନଯୁକ୍ତ ହୋଇପାରନ୍ତି। ବହୁଜନ ପୋଷକ ହେବେ।

ଧନୁ : ନୀତିନିଷ୍ଠ ହେବେ। ବିଦ୍ୟାବାନ୍‌ ହୋଇପାରନ୍ତି। ବ୍ରହ୍ମ ଉପାସକ ହେବେ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ଓ ଗୁଣଜ୍ଞ ହେବେ। ମନ ପ୍ରସନ୍ନ ରହିବ। ସୁଭାଷୀ ଓ ଦ୍ରବ୍ୟ ଲାଭର ସୂଚନା ମିଳୁଛି।

ମକର : ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୃହ ପରିବେଶ ଉତ୍ତମ ମାନର ହେବ । କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନ ଓ ଉତ୍ତମ ଗୁଣଯୁକ୍ତ ହେବେ। ବ୍ୟବସାୟ ଲାଭଜନକ ହେବ।

କୁମ୍ଭ : ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ଦେବଭକ୍ତିଯୁକ୍ତ ହେବେ। ବୃକ୍ଷଲତାର ରକ୍ଷଣାବେକ୍ଷଣରେ ଉପଦେଷ୍ଟା ହେବେ। କୃଷି କର୍ମ ଲାଭଯୁକ୍ତ ହେବ। ପରିବେଶ ସୁରକ୍ଷାକାରୀ ହେବେ।

ମୀନ : ଶାସ୍ତ୍ରପଟୁ ହୋଇପାରନ୍ତି। ପୁଣ୍ୟଦେହୀ ହେବେ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ରାଜବଂଶ ପୂଜିତ ହେବେ। କୃଷିରୁ ଲାଭବାନ୍‌ ହେବେ। ଭାଇଙ୍କ ଉପରେ ବିପଦ ଅଛି। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories