www.samajalive.in
Sunday, December 14, 2025
26.1 C
Bhubaneswar

କଲକାତାରେ ଲର୍ଡସ ପାଭିଲିଅନ୍‌ ; ତ୍ରିରଙ୍ଗା ଉଡ଼ାଇଲେ ଗାଙ୍ଗୁଲି

କଲକାତା : ୨୦୦୨ରେ ଲର୍ଡସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ନାଟ୍‌ୱେଷ୍ଟ ଟ୍ରଫି ଦିନିକିଆ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳା ଯାଇଥିଲା। ମହମ୍ମଦ କୈଫ୍‌ ଓ ଯୁବରାଜ ସିଂହଙ୍କ ଚମତ୍କାର ଇନିଂସ ବଳରେ ଭାରତ ଫାଇନାଲ ଜିତିଥିଲା। ପରେ ଲର୍ଡସ ପାଭିଲିଅନ୍‌ରେ ଛିଡ଼ାହୋଇ ଅଧିନାୟକ ସୌରଭ ଗାଙ୍ଗୁଲି ସାର୍ଟ ଖୋଲି ଘୂରାଇଥିଲେ। ଏହାର ୨୦ ବର୍ଷ ପରେ ଗାଙ୍ଗୁଲିଙ୍କୁ ଲର୍ଡସ ପାଭିଲିଅନ୍‌ରେ ବୁଧବାର ଦେଖା ଯାଇଥିଲା। ହେଲେ ଲଣ୍ଡନ୍ ନୁହେଁ; କଲକାତା ସହରରେ। ପୁଣି ସାର୍ଟ ନୁହେଁ ଜାତୀୟ ପତାକା ଉଡ଼ାଇଥିଲେ ଗାଙ୍ଗୁଲି।
ପ୍ରକୃତ ଘଟଣା ହେଉଛି କଲକାତା ସହରର ଗରିଆସ୍ଥିତ ମିତାଲି ସଂଘର ଦୁର୍ଗାପୂଜା ପେଣ୍ଡାଲକୁ ଲାଗି ଲର୍ଡସ ପାଭିଲିଅନ୍‌ର ଅବିକଳ ପ୍ରତିକୃତି ଆୟୋଜକ ତିଆରି କରିଛନ୍ତି। ଏହାର ଉଦ୍‌ଘାଟନ ପାଇଁ ବୁଧବାର ସନ୍ଧ୍ୟାରେ ବିସିସିଆଇ ଅଧିନାୟକ ସୌରଭ ଗାଙ୍ଗୁଲି ପହଞ୍ଚିଥିଲେ। ଲର୍ଡସ ପାଭିଲିଅନ୍‌ର ପ୍ରତିକୃତି ୩ ମହଲା ବିଶିଷ୍ଟ ହୋଇଛି। ଗାଙ୍ଗୁଲି ଏହା ଉପରେ ଚଢ଼ି ଭାରତୀୟ ଜାତୀୟ ପତାକା ଉଡ଼ାଇ ଲର୍ଡସ ବିଜୟର ସ୍ମୃତିଚାରଣ କରିଥିଲେ। ସୂଚନାଯୋଗ୍ୟ; ୧୯୯୬ରେ ଗାଙ୍ଗୁଲି ଟେଷ୍ଟ ପଦାର୍ପଣ କରି ଶତକ ହାସଲ କରିଥିଲେ। ଲର୍ଡସରେ ପଦାର୍ପଣରେ ଟେଷ୍ଟ ଶତକ ମାରିବାରେ ଗାଙ୍ଗୁଲି ବିଶ୍ବର ୩ୟ ବ୍ୟାଟ୍‌ସମ୍ୟାନ। ଗାଙ୍ଗୁଲି ଗରିଆର ପୂଜା ପେଣ୍ଡାଲ ଏବଂ ତତ୍‌ସଲଗ୍ନ ଲର୍ଡସ ପାଭିଲିଅନ୍‌ର ପ୍ରତିକୃତିର ଉଦ୍‌ଘାଟନ କରିଥିବା ବେଳେ ତାଙ୍କୁ ଦେଖିବା ପାଇଁ ବହୁତ ଲୋକଭିଡ଼ ହୋଇଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories