www.samajalive.in
Saturday, December 13, 2025
26.1 C
Bhubaneswar

ଶୁକ୍ରବାର ରାଶିଫଳ (୨୬.୦୫.୨୦୨୩)

ମେଷ : ମଧ୍ୟମ ଧରଣର ଶୁଭଫଳ ମିଳିପାରେ। ଅତ୍ୟଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। କୃଷି କ୍ଷେତ ଓ ଭ୍ରାତୃ ସହଯୋଗରୁ ଧନ ମିଳିବ।

ବୃଷ : କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିନୟାବନତ ହେଇପାରନ୍ତି। ସହଧର୍ମିଣୀଙ୍କ ଅଭୀଷ୍ଟ ପୂରଣ କରିବା ପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କରିବେ। ପୁତ୍ର ସନ୍ତାନ ଲାଳସା ଅଛି।

ମିଥୁନ : ସ୍ଥିତି ଅନୁକୂଳ ଅଛି। କର୍ମ କୁଶଳତା ପ୍ରକାଶ ପାଇବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ପତ୍ନୀଙ୍କ ବିରାଗଭାଜନ ହେବାର ସୂଚନା ମିଳୁଛି। ପେଟରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ। ଧନାଗମ ହେବ।

କର୍କଟ  : ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ। ପରିବେଶ ଶାନ୍ତ ଓ ସହଯୋଗପୂର୍ଣ୍ଣ ହେବ। ସ୍ବାଦିଷ୍ଟ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଚିନ୍ତାଧାରା ମହତ୍ବପୂର୍ଣ୍ଣ ହେବ। ଖର୍ଚ୍ଚାନ୍ତ ହେବେ।

ସିଂହ : କୌଣସି କାରଣରୁ ମନରେ ଉଦ୍‌ବେଗ ଜାତ ହୋଇପାରେ। କଠିନ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପରିବାର ପରିଚାଳନାରେ କଠୋର ମନୋଭାବର ହୋଇପାରନ୍ତି। ଧର୍ମକ୍ଷେତ୍ରରେ ଧନ ବ୍ୟୟ କରିବେ।

କନ୍ୟା : ବୁଦ୍ଧିମାନ୍‌ ହେବେ। ବାକ୍ୟପଟୁ ହୋଇପାରନ୍ତି। ନିଜ ବନ୍ଧୁବାନ୍ଧବଙ୍କ ସାହାଯ୍ୟକାରୀ ହୋଇପାରନ୍ତି। ପ୍ରିୟ ଲୋକଙ୍କ ଦର୍ଶନ ଲାଭ କରିପାରନ୍ତି। ବନ୍ଧୁ ମିଳନ ଘଟିବ। ଜ୍ଞାନ ପିପାସୁ ହେବେ।

ତୁଳା : ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟର ସମ୍ପାଦନ କରିପାରନ୍ତି। ସଦାସର୍ବଦା ନମ୍ର ଭାବାପନ୍ନ ହେବେ। ପ୍ରତିଯୋଗିତାରେ କୃତିତ୍ବ ହାସଲ କରିବେ।

ବିଛା :​​‌ ପୁତ୍ର ବା ପୁତ୍ରବତ୍‌ ଧନ, ଅର୍ଥ ଓ ବିଦ୍ୟାରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ସୁବକ୍ତା ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପ୍ରାପ୍ତ କ୍ଷମତାକୁ ସରଳୀକରଣ କରି ପ୍ରୟୋଗ କରିବେ।

ଧନୁ : କାର୍ଯ୍ୟରେ ସାମୟିକ ଭାବେ ବାଧା ଉପୁଜିପାରେ। ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କୂଟନୀତିଜ୍ଞ ଓ ସଂଯମୀ ହୋଇପାରନ୍ତି। ଆତ୍ମଜ୍ଞାନ ଶକ୍ତିସମ୍ପନ୍ନ ହେବେ।

ମକର : ବୈଦିକ ଶାସ୍ତ୍ର ବିରୋଧୀ କାର୍ଯ୍ୟ କଲାବେଳେ ମନରେ ଭୟ ସଂଚାର ହୋଇପାରେ। ବନ୍ଧୁ ସୁଖ ମିଳିବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦିନଟି ଶୁଭପ୍ରଦ ହେବ।

କୁମ୍ଭ : ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ କରିପାରନ୍ତି।

ମୀନ : ପୁତ୍ର, କଳତ୍ର ସୁଖରେ ସୁଖୀ ହେବେ। ପ୍ରାପ୍ତ ବିଦ୍ୟା ଆପଣଙ୍କୁ ଅଧିକ ଶକ୍ତିଶାଳୀ କରିପାରେ। ଦ୍ବିଜ, ଦେବତା ଓ ସାଧୁମାନଙ୍କ ପ୍ରଦତ୍ତ ଆଶୀର୍ବାଦରେ ଶକ୍ତିସମ୍ପନ୍ନ ହୋଇପାରନ୍ତି। ସଦ୍‌ବ୍ୟୟୀ ହେବେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories