ପାଟଣା : କାଳ ବୈଶାଖୀ ବର୍ଷା ପବନରେ ଗତକାଲି ସନ୍ଧ୍ୟାରେ ବହୁ ଘର କ୍ଷତି ଗ୍ରସ୍ଥ ହୋଇଥିବା ସୂଚନା ମିଳିଛି । କଇଁଣ୍ଡା ଗ୍ରାମରେ ଗୋବିନ୍ଦ ବେହେରା, ଚିତ୍ରସେନ ବେହେରା, କଂସଲା ବେହେରା, ଜନ୍ମେଜୟ ବେହେରା, ସରସ୍ୱତୀ ବେହେରା, ଭାଗବତ ବେହେରା, ଧ୍ୟାନ ବେହେରା, ରବିନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା, ଉଗ୍ରସେନ ବେହେରା, ମଣ୍ଟୁ ବେହେରା, ସୁଦେଶ ବେହେରା ପ୍ରମୁଖଙ୍କ ଘର ଘୁର୍ଣ୍ଣିଝଡ଼ରେ କ୍ଷତିଗ୍ରସ୍ଥ ହୋଇଛି । ଏମାନେ ସମସ୍ତେ କଇଁଣ୍ଡା ଗ୍ରାମ ଚତୁରୀ ସାହିର ବାସିନ୍ଦାର ଅଟନ୍ତି । ସ୍ୱଳ୍ପ ସମୟ ପାଇଁ ଏହି ବର୍ଷା ପବନ ସାହିକୁ ଛାର ଖାର କରି ଦେଇଛି । ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇଛି । କ୍ଷତିଗ୍ରସ୍ଥଙ୍କୁ ଗୃହ ମରାମତି ପାଇଁ ସହାୟତା ଯୋଗାଇ ଦେବାକୁ ସାହିବାସୀ ଦାବି କରିଛନ୍ତି ।
Popular Categories



