www.samajalive.in
Saturday, December 13, 2025
15.1 C
Bhubaneswar

ସୋମବାର ରାଶିଫଳ (୨୬/୦୭/୨୦୨୧)

ମେଷ : ଆନନ୍ଦ ଉତ୍ସବ ଲାଗି ରହିବ। ସୁସମ୍ବାଦ ଶୁଣି ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳବ। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବ। ଶୁଭକାର୍ଯ୍ୟ କରିପାରନ୍ତି। ମନ ପ୍ରସନ୍ନ ରହିବ। ବିବାଦରେ ବିଜୟୀ ହେବେ।

ବୃଷ : କର୍ମଚଞ୍ଚଳ ରହିବେ। କାର୍ଯ୍ୟରେ ସତର୍କତା ଲାଭ କରିପାରନ୍ତି। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ : ସାମୟିକ ଭାବେ ମୌନ ରହିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବା ଆଶା କରାଯାଏ। ଯନ୍ତ୍ରଣାଦାତା ହେବେ। ସକଳ ଶାସ୍ତ୍ରଜ୍ଞାତା ହୋଇପାରନ୍ତି। ଦେବ-ଦ୍ବିଜ ପରାୟଣ ହେବେ।

କର୍କଟ :  ବହୁଭାବରେ ଉପକୃତ ହେବେ। ସୁଖକର ଘଟଣାମାନ ଘଟିପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ। ସମ୍ମାନ ମିଳିବ।

ସିଂହ : ବନ୍ଧୁ ସହଯୋଗ ପାଇ ଶତ୍ରୁଦମନ କରିପାରନ୍ତି। ମାନସିକ ସ୍ତରରେ ସ୍ଥିରତା ଆସିବ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅବିବାହିତଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ।

କନ୍ୟା : ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଯଶସ୍ବୀ ହେବେ। ଧନଶାଳୀ ହେବେ।

ତୁଳା : ବିଷର୍ଣ୍ଣଭାବର ହୋଇପାରନ୍ତି। ସୁସମ୍ବାଦ ଶୁଣି ଭାବବିହ୍ବଳ ହୋଇପାରନ୍ତି। ପଢ଼ାପଢ଼ିରେ ମନୋନିବେଶ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭକାର୍ଯ୍ୟ କରଣୀୟ। କନ୍ୟା ମଙ୍ଗଳା ଭିଳାସି ହେବ।

ବିଛା : ପରିଶ୍ରମର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ରାଜପୂଜା ମିଳିପାରେ। ଯାନବାହନ ସୁଖ ଭୋଗକରି ପାରନ୍ତି। ପରାକ୍ରମଶାଳୀ ହେବେ। ବହୁପୋଷକ ହେବେ।

ଧନୁ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ସରକାରୀ ସ୍ତରରୁ ଲାଭ ଉଠାଇବାରେ ପାରଙ୍ଗମ ହେବେ।

ମକର : ସମ୍ମାନିତ ହେବେ। ଫଳ, ପୁଷ୍ପ, ଜଳ, ସାଧୁସେବା ଓ ପରୋପକାରୀ ହେବେ। ଧନପ୍ରାପ୍ତି ସୁଯୋଗ ଅଛି। ନିସ୍ବାର୍ଥପର ହେବେ। ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ଓ ହୃଷ୍ଟ ଚିତ୍ତ ହେବେ। ସହିଷ୍ଣୁ ହେବେ।

କୁମ୍ଭ : ଶ୍ରୀଚନ୍ଦ୍ର ଭୋଗ ହେତୁ ନାନାବିଧ ସମ୍ମାନର ପାତ୍ର ହେବେ। ବେଦପଥାବଲାମ୍ବି ହୋଇପାରନ୍ତି। ବୀରକର୍ମା ଓ ଧାର୍ମିକ ହେବେ। ସତ୍ୟ, ଶୌଚ, ଦୟା ଓ କ୍ଷମାର ଅବତାର ହୋଇପାରନ୍ତି। ରୁଚିକର ଭୋଜନ ମିଳିବ।

ମୀନ :  ବ୍ୟୟବୃଦ୍ଧିର ସୂଚନା ମିଳୁଛି। ଶତ୍ରୁର ଦୃଷ୍ଟିରେ ରହିବେ। ଧନ ଅର୍ଜନ କରିପାରନ୍ତି। ଦେବତା, ବ୍ରାହ୍ମଣ, ତପସ୍ବୀ, ସାଧୁ ଓ ଶାସ୍ତ୍ରାଦି ଅଭ୍ୟାସରେ ଧନ ବ୍ୟୟ କରିପାରନ୍ତି। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories