www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ହରାଇଲା ଭାରତ

କଲମ୍ବୋ : ଘରୋଇ ଶ୍ରୀଲଙ୍କା ବିପକ୍ଷରେ ରବିବାର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ଜିତିନେଇଛି ଭାରତ। ସମସ୍ତ ବିଭାଗରେ ଉନ୍ନତ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୩୮ ରନ୍‌ରେ ଭାରତ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୫ ୱିକେଟରେ ୧୬୪ ରନ୍ କରି ପାରିଥିଲା। ପରେ ଭୁବନେଶ୍ବର କୁମାରଙ୍କ ୪ ୱିକେଟ ଦଖଲ ଯୋଗୁଁ ଶ୍ରୀଲଙ୍କା ୧୮.୩ ଓଭରରେ ୧୨୬ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ଏହି ବିଜୟ ସହ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି। ମଙ୍ଗଳବାର ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ।
୧୬୫ ରନ୍ ଲକ୍ଷ୍ୟରେ ଶ୍ରୀଲଙ୍କା ଆରମ୍ଭରୁ ନିୟମିତ ୱିକେଟ ହରାଇଥିଲା। ମିନୋଦ ଭାନୁକା ୧୦ ଓ ଅଭିଜ୍ଞ ଧନଞ୍ଜୟ ଡି ସିଲ୍‌ଭା ୯ ରନ୍‌କରି ଆଉଟ ହୋଇଥିଲେ। ଦିନିକିଆ ସିରିଜ୍‌ର ସଫଳତମ ବ୍ୟାଟ୍‌ସମ୍ୟାନ୍ ଅଭିକ୍ଷା ଫର୍ଣ୍ଣାଣ୍ଡୋ ୨୩ ବଲ୍‌ରୁ ୩ଟି ଚୌକା ସହ ୨୬ ରନ୍‌କରି ଆଉଟ ହୋଇଥିଲେ। ଆସେନ୍ ବନ୍ଦାରା ମାତ୍ର ୯ ରନ୍ କରି ପାରିଥିଲେ। ଚରିତ ଆସାଲାଙ୍କା କିନ୍ତୁ ଚମତ୍କାର ବ୍ୟାଟିଂ କରିଥିଲେ। ୨୬ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ଆସାଲାଙ୍କା ୪୪ ରନ୍‌କରି ଆଉଟ ହେବା ପରେ ଶ୍ରୀଲଙ୍କା ଚିନ୍ତାରେ ପଡ଼ି ଯାଇଥିଲା। ପରେ ଶ୍ରୀଲଙ୍କା ମଧ୍ୟ ଜଲ୍‌ଦି ୱିକେଟସବୁ ହରାଇଥିଲା। ଅଧିନାୟକ ଦାସୁନ୍ ଶନକ ୧୬ ରନ୍‌ କରିଥିଲେ। ୨୬ ରନ୍‌ରେ ଶ୍ରୀଲଙ୍କା ଶେଷ ୬ଟି ଏବଂ ୪ ରନ୍‌ରେ ଶେଷ ୪ଟି ୱିକେଟ ହରାଇଥିଲା। ​‌‌ଭୁବନେଶ୍ବର କୁମାର ୪ଟି ଓ ଦୀପକ ଚହର ୨ଟି ୱିକେଟ ନେଇଥିଲେ। ‌ଭୁବନେଶ୍ବର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଶ୍ରୀଲଙ୍କା ଫିଲ୍‌ଡିଂ ନେବା ପରେ ଭାରତୀୟ ଓପ୍‌ନର ପୃଥ୍ବୀ ସ’ ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ୨ୟ ୱିକେଟ ପାଇଁ ଅଧିନାୟକ ଶିଖର ଧାୱନ୍ ଓ ସଞ୍ଜୁ ସାମ୍‌ସନ ୬ ଓଭରରେ ୫୧ ରନ୍ ଯୋଡ଼ିଥିଲେ। ସାମ୍‌ସନ ୨୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍ କରିଥିଲେ। ୩ୟ ୱିକେଟ ଭାଗିଦାରୀ ଭାରତ ପାଇଁ ଫଳପ୍ରସୂ ହୋଇଥିଲା। ବାମହାତି ଶିଖର ଧାୱନ ଓ ସୂର୍ଯ୍ୟକୁମାର ଯାଦବ ୮ ଓଭରରେ ୬୨ ରନ୍ ଯୋଡ଼ିଥିଲେ। ୧୫ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ଧାୱନ ୩୬ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୬ ରନ୍‌ କରିିଥିଲେ। ଫର୍ମରେ ଥିବା ସୂର୍ଯ୍ୟକୁମାର ୩୪ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୫୦ ରନ୍ କରିଥିଲେ। ହାର୍ଦିକ ପାଣ୍ଡ୍ୟା ୧୦ ରନ୍ କରିଥିଲେ। ଈଶାନ୍ କିଷନ୍ ୧୪ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ଅପରାଜିତ ୨୦ ରନ୍ କରିଥିଲେ। ଦୁଷ୍ମନ୍ତ ଚମିରା ଓ ୱାନିନ୍ଦୁ ସହରଙ୍ଗା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories