ସୋମବାର ରାଶିଫଳ (୨୪ ଜୁଲାଇ ୨୦୨୩)

ମେଷ : ସରକାରୀ ଲାଭଜନକ ପଦବୀରେ ଥାଇବି ସେବା କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ଭ୍ରାତୃବନ୍ଧନ ଶୋଭନୀୟ ହେବ। ଆୟୁଷ୍ମାନ୍‌ ହେବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ବ୍ୟୟକୁ ସୀମିତ କରିବେ।

ବୃଷ : ପ୍ରଥମ କନ୍ୟା ସନ୍ତାନ ପିତାମାତାଙ୍କ ଆୟ ବୃଦ୍ଧିର କାରଣ ହୋଇପାରେ। ଉଦ୍ୟମ ନଥାଇ ମଧ୍ୟ ଧନାଗମ ହେବ। ଧାର୍ମିକ, ତେଜସ୍ବୀ ଓ ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦିରୁ ପ୍ରବାହିତ ହେବ।

ମିଥୁନ : ଜଣେ କୃଷି ବିଶାରଦ ଭାବେ ଗ୍ରାମରେ କୃଷକମାନଙ୍କୁ ପ୍ରଶିକ୍ଷଣ ଦେଇ ଆମଦାନୀ କ୍ଷେତ୍ରରେ କୀର୍ତ୍ତି ସ୍ଥାପନ କରିପାରନ୍ତି। ଭାଇମାନଙ୍କ ମଧ୍ୟରେ କେବଳ ଜ୍ୟେଷ୍ଠ ନୁହନ୍ତି; କାର୍ଯ୍ୟ କଳାପରେ ଶ୍ରେଷ୍ଠ ହେବେ।

କର୍କଟ : ଈଶ୍ବରୀୟ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଅନୁଜମାନଙ୍କର ଶ୍ରଦ୍ଧାଭାଜନ ହେବେ। ପୁଣ୍ୟାର୍ଜନର ଦ୍ବାରକୁ ଉନ୍ମୁକ୍ତ ରଖିପାରନ୍ତି। ସାମାଜିକ ସ୍ତରରେ ଯଶସ୍ବୀ ଓ କୀର୍ତ୍ତିମାନ୍‌ ହେବେ। ସର୍ବତ୍ର ବିଜୟୀ ହେବେ।

ସିଂହ : ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି। ଶୋଭନ ବ୍ୟକ୍ତିତ୍ବ ଓ ଶାନ୍ତିପ୍ରିୟ ହେବେ। ପତ୍ନୀ ପ୍ରେରଣାଦାୟୀ ହୋଇପାରନ୍ତି। ଭାଷା ମଧୁର ଓ ଭାବପୂର୍ଣ୍ଣ ହେବ।

କନ୍ୟା : ପରିବାର ହେଉଛି ସାମାଜିକ ସଂରଚନାର କେନ୍ଦ୍ରବିନ୍ଦୁ, ତେଣୁ ଯୌଥ ପରିବାରର ସ୍ଥାୟିତ୍ବ ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସୁନ୍ଦର ସ୍ବାସ୍ଥ୍ୟ ଲାଗି ଆହାରରେ ପରିବର୍ତ୍ତନ ଜରୁରୀ।

prayash

ତୁଳା : ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ସାଧନ କରିପାରନ୍ତି। ବ୍ୟକ୍ତି ଚେତନାକୁ ସ୍ବଚ୍ଛଳ କରିପାରନ୍ତି। ଏକାନ୍ତ ମୌନାବତାରର ସାଧନ ଫଳବତୀ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସାହସୀ ହେବେ।

ବିଛା : ସଂଘର୍ଷମୟ ଜୀବନରେ କଷ୍ଟ ସହ୍ୟ କରି ଈଶ୍ବରାଭିମୁଖୀ ହୋଇପାରନ୍ତି। ଚେଷ୍ଟା ଫଳବତୀ ହେବ। କର୍ମଚଞ୍ଚଳ ରହିବେ। ରାଜଦ୍ବାରରେ ସମ୍ମାନିତ ହେବା ସହିତ ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।

ଧନୁ : ପରସ୍ପର ସ୍ନେହାନୁବନ୍ଦିତ ହେଲେ ଘରକୁ ବୈକୁଣ୍ଠ ତୁଲ୍ୟ କରିପାରନ୍ତି। ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ଚଲାପଥକୁ ଆଲୋକିତ କରିପାରନ୍ତି। ଦୀନାର୍ତ୍ତ ନାଶନ ହୋଇପାରନ୍ତି। ବାଣିଜ୍ୟରେ ଲକ୍ଷ୍ମୀ ବରଦାୟିକା ଅଛନ୍ତି।

ମକର : ନୀତି, ନୈତିକତାକୁ ଅଗ୍ରାଧିକାର ଦେଇ ସତ୍‌କର୍ମରେ ନିୟୋଜିତ ହେବେ; ମାତ୍ର ପାଦ ଚିପିଚିପି ଚାଲିବାକୁ ପଡ଼ିବ; ଯେପରି ପାଦ ଖସି ନ ଯାଏ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଧର୍ମ ରକ୍ଷକ ହେବେ।

କୁମ୍ଭ : ଘଟିବାକୁ ଥିବା ଅଘଟଣକୁ ଡରିଲେ ସେ ଡରାଇବ; ମାତ୍ର ମୁକାବିଲା କଲେ ସେ ଡରିଯିବ। ସମସ୍ୟାର ସମ୍ମୁଖୀନ ହେବା ହିଁ ତା’ର ସମାଧାନ। ବିଦ୍ୟାଭ୍ୟାସୀ ହେବେ। ସବୁ ବ୍ୟତିକ୍ରମକୁ ଅତିକ୍ରମ କରିବେ।

ମୀନ : ମହିଳାମାନଙ୍କର ଗୃହସ୍ଥ ଧର୍ମ ହେଉଛି ସର୍ବୋକୃଷ୍ଟ। ପ୍ରେମୀ ଓ ଈଶ୍ବର ବିଶ୍ବାସୀ ହେବେ। ପରୋପକାର ଓ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧାର୍ମିକ ଚେତନାରେ ସାମାଜିକ ଏକତା ଜାଗ୍ରତ ହେବ।

Comments are closed.