ମଙ୍ଗଳବାର ରାଶିଫଳ (୨୧.୧୧.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Nov 21, 2023 Share ମେଷ : ଜ୍ୟୋତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଜ୍ଞାନର ପ୍ରଦୀପ ଆଭାରେ ଜନସାଧାରଣଙ୍କ ଅଜ୍ଞାନରୂପୀ ଅମା ଅନ୍ଧକାରକୁ ଆଲୋକିତ କରିପାରନ୍ତି। ପରିବାରରୂପୀ ସଂସ୍କାରଶାଳାକୁ ଆଦରି ନେବେ। ବୃଷ : ପ୍ରାପ୍ତ କ୍ଷମତାର ସଦୁପଯୋଗ କଲେ ମହନୀୟ ରାଜପଦ ଓ ଅତୁଳ ରାଜ ସମ୍ପଦର ଅଧିକାରୀ ହୋଇପାରନ୍ତି। ଶାଶ୍ବତ ଶାନ୍ତିର ସନ୍ଧାନ ମିଳିବ। ଚାରୁଚନ୍ଦନା ଦେଇ ରମଣୀଙ୍କ ସାନ୍ନିଧ୍ୟ ମିଳିବ। ମିଥୁନ : ଧୈର୍ଯ୍ୟ, ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି। ସଶକ୍ତ ଆତ୍ମ ବଳରେ ବଳୀୟାନ୍ ହେବେ; ମାତ୍ର ଶାରୀରିକ ଅସୁସ୍ଥତା ଯୋଗୁଁ କଠିନ ପରିଶ୍ରମରୁ ନିବୃତ୍ତ ରହିପାରନ୍ତି। ଧାର୍ମିକ ହେବେ। କର୍କଟ : ଆଧ୍ୟାତ୍ମିକ ପଥର ପଥିକ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ସାର୍ଥକତା ଉପଲବ୍ଧ କରି ତର୍କ ଶାସ୍ତ୍ର, ସାହିତ୍ୟ, ସଙ୍ଗୀତ, ନୃତ୍ୟ ସମାହାରର ରଚନାବଳୀ ଲୋକଲୋଚନକୁ ଆଣିପାରନ୍ତି। ସିଂହ : ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି। ଦୟାଧର୍ମରେ ବିଲୀନ ହୋଇପାରନ୍ତି। କୋମଳ ହୃଦୟଯୁକ୍ତ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି। ତୃଣମୂଳ ସ୍ତରରେ ଲୋକଙ୍କ ସେବା କରିବେ। କନ୍ୟା : ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ଆତ୍ମଶକ୍ତିକୁ ଜାଗ୍ରତ କରି ତା ଉପରେ ବିଶ୍ବାସ ରଖିଲେ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଶୂନ୍ୟ ବ୍ରହ୍ମର ଆଶ୍ରିତ ହେବେ। Related Posts ଜନ୍ମ ବାର୍ଷିକୀରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳୀ:… Dec 25, 2024 ୨୦୨୫ରେ ୭ଟି ରାଜଯୋଗ: ଜାଣନ୍ତୁ ମେଷ ଠାରୁ ମୀନ… Dec 25, 2024 ତୁଳା : କୃଷିି କର୍ମରେ ପ୍ରାଧାନ୍ୟ ବିସ୍ତାର କରିବା ସହିତ ଅନ୍ୟ କୃଷକମାନଙ୍କୁ ବୈଷୟିକ ଦିଗ୍ଦର୍ଶନ ଦେଇପାରନ୍ତି। ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହେବେ। ଉଦାର ଚରିତସମ୍ପନ୍ନ ହେବେ। ଦୟାଳୁ ହେବେ। ବିଛା : ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି। ସତ୍ୟବାଦୀ ହେବେ। ବାଣିଜ୍ୟ କାରବାରରେ ନିଜକୁ ନିୟୋଜିତ କରିପାରନ୍ତି। ଭାଷା ପରମ କଲ୍ୟାଣୀୟ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ଧନୁ : ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି। କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ସର୍ବଦର୍ଶୀ ହେବେ। ସଞ୍ଚୟାଭିମୁଖୀ ହେବେ। ମକର : ପରିଧାନରେ ପରିଚୟ ନଥାଏ। ଆପଣଙ୍କ କର୍ମ ପରିଚୟ ସୃଷ୍ଟି କରି ଚାଲିଛି। ବିବେକ ରୂପୀ ମହାର୍ଘ ସମ୍ପଦର ଅଧିକାରୀ ହୋଇପାରନ୍ତି। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। କୁମ୍ଭ : ଶ୍ରୀଚନ୍ଦ୍ର ଭୋଗ ହେତୁ ସ୍ବାତ୍ତିକ ଭୋଜନରେ ନିଜେ ଖାଇବେ ଓ ଆତ୍ମୀୟଙ୍କୁ ଖୁଆଇ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ମାୟାର ଚାରି ସେନାପତି କାମ, କ୍ରୋଧ, ଲୋଭ ଓ ମୋହରୁ ନିବୃତ୍ତିଯାଇ ପାରନ୍ତି। ମୀନ : ଏକାନ୍ତ ସାଧନାରୁ ଶାଶ୍ବତ ସୁଖର ସନ୍ଧାନ ପାଇବେ। ନିଜ ପ୍ରତି କଠୋର ଓ ଅନ୍ୟମାନଙ୍କ ପ୍ରତି କୋମଳ ମନୋଭାବର ହୋଇପାରନ୍ତି। ଚେତନାର ଉଜ୍ଜ୍ବଳ ପ୍ରଦୀପ ହେବେ। ସତ୍ସଙ୍ଗରୁ ଶାନ୍ତି ଉପଲବ୍ଧି କରିବେ। Share FacebookTwitterWhatsApp
Comments are closed.