ମଙ୍ଗଳବାର ରାଶିଫଳ (୧୮/୧୦/୨୦୨୨୦

ମେଷ : ଧର୍ମକୁ ଜୀବନର ଆଧାର ଭାବେ ବିବେଚିତ କରିପାରନ୍ତି। ନିଜର ଉଦ୍ୟମ ଓ କଠିନ ଶ୍ରମ ସ୍ବୀକାର କରି ଗୃହ ପରିବେଶକୁ ପ୍ରଦୂଷଣମୁକ୍ତ କରିପାରନ୍ତି। ଯାନବାହନ ସୁଖ ମିଳିବ।

ବୃଷ : ଅସାଧ୍ୟ ସାଧନ କରିବାର ଶକ୍ତିସମ୍ପନ୍ନ ହେବେ। ବିଭିନ୍ନ ସୂତ୍ରର ଆୟ ବୃଦ୍ଧି କରି ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିପାରନ୍ତି। ସରକାରୀ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ଶାଶ୍ବତ ଶାନ୍ତିର ସନ୍ଧାନ ମିଳିବ।

ମିଥୁନ : ଭାଗ୍ୟବଳରେ ବଳୀୟାନ ହେବେ। ଧନ ଅର୍ଜନରେ ପତ୍ନୀଙ୍କ ସହାୟତା ଫଳପ୍ରଦ ହେବ। ନୂଆ ବନ୍ଧୁଙ୍କ ସହଯୋଗ ମିଳିବ। ତ୍ୟାଗପୁତ ମନୋବୃତ୍ତି ନେଇ ସେବାକ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି।

କର୍କଟ : ଶ୍ରୀଚନ୍ଦ୍ର ଭୋଗ ହେତୁ ସ୍ନେହ-ଶ୍ରଦ୍ଧାର ଉପହାର ମିଳିପାରେ। ଆୟ ଉତ୍ତମ ମାନର ହେବ। ସୁସ୍ବାଦୁ ଖାଦ୍ୟ ଖୁଆଇ ଜ୍ଞାତ ଓ ସ୍ନେହାସ୍ପଦମାନଙ୍କୁ ଆପ୍ୟାୟିତ କରିପାରନ୍ତି। ଚିନ୍ତାଧାରା ସୁଦୂର ପ୍ରସାରୀ ହେବ।

ସିଂହ : ମୂଲ୍ୟବାନ ରଙ୍ଗିନ ଧାତୁଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ପ୍ରଭୂତ ଧନ ଓ ଧର୍ମମତି ହୋଇ ଧନ ବ୍ୟୟ କରିବେ। କୃପା ନିଧାନଙ୍କ କୃପାପାତ୍ର ହେବେ।

କନ୍ୟା :​‌ ସାମୁଦ୍ରିକ ବିଦ୍ୟାରେ ଅଧିକ ଜ୍ଞାନ ଅର୍ଜନ ପାଇଁ ନିରନ୍ତର ଧ୍ୟାନ ଦେବେ। ସରକାରଙ୍କ କୃପାପାତ୍ର ହେବେ। ବିଭାଗୀୟ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଉଚ୍ଚ ସମ୍ମାନ ଲାଭ କରିବେ। ପାପ, ତାପ ପରିହରକ ହେବେ।

ତୁଳା : ଦୀନ, ଦରିଦ୍ରଙ୍କ ଉପରେ ଦୟାର୍ଦ୍ଦ ଚିତ୍ତ ହୋଇପାରନ୍ତି। ସତ୍‌ସଙ୍ଗରୁ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ମାର୍ଗରେ ଗତି କରିବେ। ଅଯାଚିତ ଭାବେ ସରକାରୀ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ ହେବେ।

ବିଛା : ଭାଗ୍ୟଚକ୍ରରେ ଘୂର୍ଣ୍ଣନ, ଜୀବନର ଚରମ ହିତ ସାଧନରେ ପ୍ରବେଶ କରି ଫଳଦାନ ପାଇଁ ଉଦ୍ୟମ ଜାରି ରଖିଛି। କ୍ଷମତା ଅଳିନ୍ଦ ଭିତରେ ରହି ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି। ବିବାଦରେ ବିଜୟୀ ହେବେ।

ଧନୁ : ଆଜି ଦିନ​ରେ ଶୁଭ ଗ୍ରହଟି ଯେଉଁ ଡରାଣ ସୃଷ୍ଟି କରିବ; ତାକୁ ଡରିଲେ ସେ ଡରାଇବ; କନ୍ତୁ ତା’ର ମୁକାବିଲା କଲେ ସେ ଲୁଚିଯିବ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ।

ମକର : ଗୃହରୁ ପ୍ରସ୍ଥାନ କଲାବେଳେ ସେବା ମନୋଭାବ ରହିବ। ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ସହଯୋଗରେ ଅଧିକ କର୍ମକ୍ଷମ ହେବେ।

କୁମ୍ଭ : ଶତ୍ରୁତାର ଅବସାନ ଘଟାଇ କର୍ମକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ। ନିଜର ସାରସ୍ବତ ସାଧନାକୁ ବ୍ୟକ୍ତ କରିପାରନ୍ତି।

ମୀନ : ଅଧ୍ୟୟନରତ ହେବେ। ଜୀବନର ରକ୍ଷା କବଚ ଆଧ୍ୟାତ୍ମା ପାଦକୁ ଆଦରି ନେଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିନା ଚେଷ୍ଟାରେ ଅର୍ଥାଗମର ସୁଯୋଗ ସୃଷ୍ଟି ହୋଇଛି। ଲଟେରି ଉଠାଣ ସପକ୍ଷରେ ଯିବ।

Comments are closed.