www.samajalive.in
Friday, December 12, 2025
14.1 C
Bhubaneswar

ମଙ୍ଗଳବାର ରାଶିଫଳ (୧୬.୦୫.୨୦୨୩)

ମେଷ : କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନା ଫଳବତୀ ହେବ। ଧାର୍ମିକ ପ୍ରବୃତ୍ତିର ହେବେ। ଉଚ୍ଚ ସମ୍ମାନ ଲାଭ କରିବେ। ସ୍ବାତନ୍ତ୍ର୍ୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଦୀନ-ଦରିଦ୍ରଙ୍କ ହିତାର୍ଥେ ଧନ ବ୍ୟୟ କରିବେ।

ବୃଷ : ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

ମିଥୁନ : ସର୍ବଦା ବନ୍ଧୁଙ୍କ ହିତୈଶୀ ହୋଇପାରନ୍ତି। ଶୁଦ୍ଧପୁତ ବ୍ୟକ୍ତିମାନଙ୍କ ପ୍ରତି ଅନୁରକ୍ତି ରହିବ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ସରକାରୀ ଅର୍ଥ ମିଳିବ।

କର୍କଟ : ସଙ୍ଗୀତପ୍ରିୟ ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ବୀ ​‌ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ସତ୍‌କର୍ମରେ ବିରୋଧଭାବଯୁକ୍ତ ହୋଇପାରନ୍ତି। ନିନ୍ଦା ଭୟ ଅଛି।

ସିଂହ : ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ଶତ୍ରୁତାର ବିନାଶ ଘଟିବ। ଧନଭୋଗର ସୂଚନା ମିଳୁଛି। ତେଜିୟାନ୍‌ ହେବେ।

କନ୍ୟା : ବହୁ ସୁଖକର ଘଟଣା ମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଶତ୍ରୁନାଶ ସହିତ ଧନଭୋଗର ସୁଯୋଗ ଅଛି।

ତୁଳା : ଭାଇମାନଙ୍କର ସହାୟତା ମିଳିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ବ୍ୟସ୍ତଭରା ଦିନଟି ଆଜି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

ବିଛା : ପ୍ରବେଶିକା ପରୀକ୍ଷା ପାଇଁ ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବାର ସୂଚନା ମିଳୁଛି। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ।

ଧନୁ : ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ପ୍ରଥମେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। କେତେକ କ୍ଷେତ୍ରରେ ଦୁର୍ବଳ ହୋଇପାରନ୍ତି; କିନ୍ତୁ ମଥାନତ କରିବେନି।

ମକର : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଭଗବତ ପ୍ରେମୀ ହୋଇପାରନ୍ତି। ଦେବ ଦର୍ଶନ ଲାଭର ସୌଭାଗ୍ୟ ଅଛି। ଉପୁଜିଥିବା ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

କୁମ୍ଭ : ସମାଜିକ ସ୍ତରରେ ସମ୍ମାନନୀୟ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ମତିମାନ୍‌ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ରାଜପୂଜ୍ୟ ହୋଇପାରନ୍ତି। ଚଞ୍ଚଳମନା ହେବେ। କୀର୍ତ୍ତିଶାଳୀ ହୋଇପାରନ୍ତି।

ମୀନ : ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories